Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Suchismita Behera

Action Inspirational Children

3  

Suchismita Behera

Action Inspirational Children

ମା

ମା

1 min
171


ଆଜି ଏଇ ପବିତ୍ର ବିଶ୍ବ ମାତୃତ୍ବ ଦିବସରେ

ତୁମ ପାଇଁ ପ୍ରଣାମ ଜଣାଉଛି ମା, ହୃଦୟରେ

ଫୁଲ ପରି ଫୁଟି ଯାଏ ତୁମ ଆଶୀର୍ବାଦ ବଳେ

ଝରିଗଲେ ବି' ଜାଗା ମିଳୁ ତୁମ ଚରଣ ତଳେ ।


ତୁମ ପରି ହସ ଫୁଟୁ ଓଠରେ ମୋ ସବୁବେଳେ

ଖେଳାଇଦିଏ ମୋ ଚାରିପାଖ ଖୁସିର ଲହରୀରେ

ଆଶାବାଦୀ ଜୀବନରେ ରଖି ପାରେ ସମସ୍ତଙ୍କ ଯତ୍ନ 

ନକହିଲେ ବି' ହୋଇପାରେ ମନ କଥାର ଅନ୍ତର୍ଗତ ।


ସାହାସିକତା ମୋ ସୌନ୍ଦର୍ଯ୍ୟ ହେଉ 

ଧୈର୍ଯ୍ୟରେ ଉତ୍ତୀର୍ଣ୍ଣ ହୁଏ ମୁଁ ସବୁ ପରୀକ୍ଷା

ତୁମ ନୟନରେ କିଛି ଲୁଚି ନ' ରହୁ

ତୁମ ଉପସ୍ଥିତି ମୋର ସବୁ ସମୟର ସୁରକ୍ଷା ।


ତୁମ ପ୍ରତିରୂପ ହୁଏ ମୁଁ ପ୍ରତୈକ ପରୀକ୍ଷାରେ

ତୁମ ହାତ ଧରି ଚାଲେ ପ୍ରତିଟି ପଦକ୍ଷେପରେ

ତୁମ ଛତ୍ରଛାୟା ତଳେ ଆଗକୁ ବଢୁ ମୋ ଜୀବନ

ତୁମ ସାଙ୍ଗେ ସାଙ୍ଗ ମୋର ରହୁ ଆଜୀବନ ।


ଆଜି ଏଇ ପବିତ୍ର ବିଶ୍ବ ମାତୃତ୍ବ ଦିବସରେ

ତୁମଠୁ ହିଁ ମାଗୁଛି ତୁମ କରୁଣାର ସାଗର

ଜୀବନ ମୋ ସମର୍ପିତ ତୁମ ଚରଣ ଦ୍ବୟରେ

ହାତ ତୁମ ସବୁବେଳେ ଥାଉ ମୋ ମୁଣ୍ଡ ଉପରେ ।



Rate this content
Log in