Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ନାରୀ (prompt-10)

ନାରୀ (prompt-10)

1 min
203



ନୁହେଁ ମାତ୍ର ନାରୀ ଭୋଗର ସାମଗ୍ରୀ

ଅଟେ ମୁଁ ସ°ହାରକର୍ତ୍ତ୍ରୀ

ମୁଁ ଜନୟତ୍ରୀ ମୁଁ ପାଳୟତ୍ରୀ

କାତ୍ୟାୟନୀ ଆଦିଶକ୍ତି ।


କାଳର କାଳିମା ହରିବି ମୁଁ ଶ୍ୟାମା

ରୁଦ୍ରା ଭଦ୍ରା ଶକ୍ତି ଶିବା

ଆହରିବି ତେଜ ସକଳ ଆୟୂଧ

ସିଂହରୂଢା ମୁଁ ବିରଜା ।


ନାଶିବି କଳ୍ମଷ ଅଜ୍ଞାନ ତିମିର

ପ୍ରବୃତ୍ତି ପାଷାଣ୍ଢ ପଶୁ

ବିକଶିବି ଜ୍ଞାନ ପ୍ରଣବ ଚେତନା

ମୁକ୍ତିମନ୍ତ୍ର ଫଳପ୍ରସୂ ।


ଆଧାର ସ୍ୱରୂପା ହେବି ସର୍ବ°ସହା

ସବୁଜ ସୁନ୍ଦର ପୃଥ୍ବୀ

ଜାତି ବର୍ଣ୍ଣ ଧର୍ମ ମତ ସ°ପ୍ରଦାୟେ

ଉନ୍ମେଷିବି ସତ୍ୟ ଶାନ୍ତି ।


ବିଶ୍ୱର କଲ୍ୟାଣ ମଙ୍ଗଳ କାରଣେ

ଚିନ୍ମୟୀ ମୁଁ ଚିତ୍ ଶକ୍ତି

ସହସ୍ର ଭୂଜରେ ଧରି ଦିବ୍ୟ ଅସ୍ତ୍ର

ସ°ହାରିବି ଦୁଷ୍ଟମତି ।


ଅଗତିର ଗତି ହେବି ଅବିମୁକ୍ତା

ବିମଳା ଭୂବନେଶ୍ୱରୀ

ହେବି ସୁମାନସୀ ତେଜସ୍ୱିନୀ ଦୁର୍ଗା

ନାଶିବି ଶକ୍ତି ଆସୁରୀ ।

 


Rate this content
Log in

Similar oriya poem from Action