ବୃକ୍ଷ ଆମର ମିତ
ବୃକ୍ଷ ଆମର ମିତ
ବୃକ୍ଷ ବିନା ନାହିଁ ଆମରି ଆୟୁ
ଆୟୁକୁ ଲୋଡ଼ାରେ ତାହାରି ବାୟୁ
ଅମ୍ଳଜାନ ସିଏ ଦିଅଇ ନିତ୍ୟ
ବୃକ୍ଷ ପରା ଅଟେ ଆମରି ମିତ ।
ବୃକ୍ଷ କୋଳେ ଖେଳେ ଗୁଣ୍ଡୁଚି ମୂଷା
ତା 'ଡାଳେ ଗଢ଼ଇ ପକ୍ଷୀ ତା' ବସା
ତା' ମୂଳେ ହୁଅଇ ମେଳା ଓ ଯାତ
ନିଜେ ସହେ ଖରା, ବରଷା, ଶୀତ।
ପଥିକକୁ ଦିଏ ଖରାରେ ଛାଇ
ତା' ଡାଳେ କୋଇଲି କୁହୁ ରାବଇ
ଖରାରେ ଦିଏ ସେ ଥଣ୍ଡା ମରୁତ
ସତରେ ତା' ଡାଳ ମା' ପଣତ ।
ନହାଣ ତାକୁରେ ନକର ଇର୍ଷା
ବୃକ୍ଷ ପାଇଁ ହୁଏ ଭୂପୃଷ୍ଠେ ବର୍ଷା
ବର୍ଷା ଯୋଗୁଁ ଶ୍ୟାମ ହୁଅଇ କ୍ଷେତ
ତା' ପାଇଁ ବଞ୍ଚିଛି ସାରା ଜଗତ ।
ଖାଦ୍ୟ ବସ୍ତ୍ର ବାସ ତାହାରି ଦାନ
ବୃକ୍ଷ ହାଣି ଧରା ନକର ଶୂନ୍ୟ
ତା' ରସେ ଶୁଖଇ ଦେହର କ୍ଷତ
ମିତ ଠାରୁ ବେଶୀ କରେ ସେ ହିତ।
ବୃକ୍ଷ ପାଖେ ତୁଚ୍ଛ ରୂପା ଓ ସୁନା
ବଞ୍ଚି ପାରିବାନି କେହି ତା' ବିନା
ବୃକ୍ଷ ବିନା ଧରା ହୁଏ ଉତ୍ତପ୍ତ
ତାପ ପାଇଁ ଭୋଗୁ ଏ ଅଂଶୁଘାତ ।
ଏକ ବୃକ୍ଷ ଅଟେ ଏକ ଜୀବନ
ବୃକ୍ଷରୋପଣରେ ଦିଅରେ ମନ
କରରେ ଏହାକୁ ଜୀବନ ବ୍ରତ
ବୃକ୍ଷ ପରା ଅଟେ ଆମରି ମିତ ।