STORYMIRROR

Amarananda Nayak

Action Inspirational

3  

Amarananda Nayak

Action Inspirational

ଧର୍ମା ଧର୍ମ ଧର୍ମାଧିକାର

ଧର୍ମା ଧର୍ମ ଧର୍ମାଧିକାର

1 min
183


ଏଠି ସାଧୁ ସାବଧାନ, ନିର୍ବାସନ ଆତଙ୍କେ। 

ଧର୍ମଧ୍ବଜ ଉଡା଼ନ୍ତି ଧର୍ମଧ୍ବଜା, 

ରହି ରଙ୍ଗ ମହଲ ପଲଙ୍କେ।


ବାରବଧୂ ହୁଏ ବର ବରେଣ୍ୟା, 

ସତୀତ୍ବର ଅଗ୍ନି ପରୀକ୍ଷା

ଧର୍ମବକ ବିଭୁତି ବାଣ୍ଟନ୍ତି, 

ଅଦୃଶ୍ୟ, ଅପ୍ରକଟ ନଥି ଖୋଲି ଧର୍ମ ର ମାୟାଜାଲେ ଛନ୍ଦି କଲବଲ କରାନ୍ତି ।


ଏହାକି ଧରମ ସତେ? 

ଅସିଲଗା ମନ୍ଦିର, ମସଜିଦ୍, ଗିର୍ଜା, ଗୁରୁଦ୍ବାରରେ, 

ଯେଉଁଠି ଧର୍ମର ବସ୍ତ୍ର ହରଣ ହୁଏ, 

ଧର୍ମକ୍ଷେତ୍ରେ ଆତ୍ମୀୟର ରକ୍ତ ବହେ।


ମାନବିକତା ର ପ୍ରଣବ ଓଁକାର, 

ଶାନ୍ତି, ମୈତ୍ରୀ, ପ୍ରତି ଭୁଲେ, 

ଲାଳସା, ବିଳାସର କାଚ ମହଲ ତୋଳେ।


କି ଭରସା? 

ପ୍ରହେଳିକା ମୟ ଧର୍ମ ର ଭଉଁରୀରେ, 

ଜୀବନର ଉଛୁଳା ନଈରେ, 

ବୁଢ଼ା ନାଉରି ର ଦଦରା ନାଆ ରେ, 

ପାଦରଖି ବାଟବଣା ହୋଇଯିବାରେ।


କି ଲାଭ? 

ଧର୍ମ ର ସୌଦାଗର ସାଜି, 

ଖୋଲା ବଜାରେ, କଳା ବେପାରରେ, ପଣ୍ୟର ନିକିତିରେ, ଧର୍ମର ଲାଭକ୍ଷତି ତଉଲିବାରେ।


ରେ ମଣିଷ!! 

ନିଜକୁ ନିଲାମ କରିସାରିଛୁ, 

ତଥାକଥିତ ଧର୍ମ ଦାଣ୍ଡରେ।


କି ପୁଣ୍ୟ, ସେଇ ଅଳପ ବୟସୀ ଧରମରେ, ଯାହା ମରମକୁ ଜାଳେ, 

ଅମୃତର ସୃଷ୍ଟି ମଣିଷ ଯେଉଁଠି, ହିଂସା, କ୍ଷମତା ଲୋଭରେ ମାତେ।


ମନ୍ଦିର ଭିତରେ ସବୁ ପୁଣ୍ୟାତ୍ମା ମିଳେନି। 

ମନ୍ଦିର ବାହାରେ ସବୁ ପାପାତ୍ମା ରହେନି।


କିବା ପୌରୁଷ, ଧର୍ମନାମେ, ଜାଳିବାରେ ଜଳିବାରେ, 

ପାରୁଛ ଯଦି ଜାଳିଦିଅ, 

ଅସୂୟା, କଦାକାର ଆପଣା ଭିତରେ।


ପୋଛିଦିଅ ନିରୀହ ଆଖିର ଲୁହ, 

ସେହି ହେବ ବାସ୍ତବରେ "ଧର୍ମ ର ଜୟ"।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action