STORYMIRROR

Bijoy Jena

Action Inspirational

3  

Bijoy Jena

Action Inspirational

ତୁମେ ଅଟ ସ୍ରଷ୍ଟା

ତୁମେ ଅଟ ସ୍ରଷ୍ଟା

1 min
151


ତୁମେ ଅଟ ସ୍ରଷ୍ଟା  ମୁଁ ତୁମରି ସୃଷ୍ଟି

    ଭୂମିଠାରୁ ଭୂମାଯାଏ

କରୁଣା ସିନ୍ଧୁଙ୍କ   ବିନ୍ଦୁଟିଏ ମାତ୍ର

    କଳି କି ପାରଇ କିଏ।

ଅନନ୍ତ ଶକ୍ତିର   ସାମାନ୍ୟ ଆଧାର

     ନିମିତ୍ତ ରହିଛି ମାତ୍ର

ସେଥିପାଇଁ କାହିଁ  ଗରଵ କରିବି

     ବୁଡ଼ିଯିବ କୁଳ ଛତ୍ର।

ଜ୍ଞାନୀଗୁଣୀ ବୋଲି ନଭାବିବି କେବେ

     ସର୍ଵଜ୍ଞାତା ଜଗନ୍ନାଥ

ବୁଡି ରହିଛି ମୁଁ   ଅଜ୍ଞାନ ତିମିରେ

    ପ୍ରଭୁ ଦେଖାଇବେ ପଥ।

ତାଙ୍କର ଅସ୍ତିତ୍ୟ  ସବୁଠି ରହିଛି

    ସବୁତ ତାଙ୍କର ଦାନ

ଦେଇ ଥିବା ଦ୍ରବ୍ୟ  ଅହଙ୍କାର ବଳେ

    ହୋଇ ଯାଏ ଶୁନ ଶାନ।

ତୁମ ସୃଷ୍ଟି ପାଖେ  ମଥା ନଇଁ ଯାଏ

     ଏତିକି ବୁଝିଛି ଯିଏ

ଧନ୍ୟ ତାର ଜନ୍ମ   ଧନ୍ୟ ତା ଜୀବନ

     ସାର୍ଥକ ଭକତ ଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action