Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ପ୍ରତାରଣାସର୍ବସ୍ୱ ଜୀବନ, ବଢଇ ଦହନ

ପ୍ରତାରଣାସର୍ବସ୍ୱ ଜୀବନ, ବଢଇ ଦହନ

1 min
172



ସୃଷ୍ଟି ଚାଲେ ସମୟର କରାଳ 

ବିଧି ବିଧାନରେ

ହେଉଅଛେ ଆତ ଯାତ ଆଲୋକ 

ଅନ୍ଧାର ଭିତରେ ।


ଗତି କରିବା ବଡ଼ ବିଚିତ୍ରତା ମଧ୍ୟେ 

ସଂସାର ନାଵରେ

କାହା ବିନା ଜୀବନର ଶେଷ ଗତି

ପଥ ବଦଳି ନପାରେ ।


ତଥାପି କୁହେ ତୁମ ବିନା ମୁଁ ପାରିବିନି

 ଵଞ୍ଚି ଦୁନିଆରେ

ଆଶା ଭରସାରେ କରୁ ଗତି କେହି 

ହେବେ ସାହା ଚଲାପଥରେ ।


ସାଥୀ ବିନା ହୃଦୟ ବେଦୀରେ ବିଧୁର 

ବେଦନା ଯାଏ ଭରି

ଆଖିରେ ଆଣୁଛେ ଲୋତକର ଧାରା 

ଅତୀତକୁ ଝୁରି ଝୁରି ।


ସେନେହର ବୃକ୍ଷ ମଣିଷ ମନରେ 

ଭରେ ମିଠାମିଠା ଫଳ,

ଛୋଟରୁ ବଡ ହୁଏ ପ୍ରାଣୀ ପାଇ 

ପୃଥିବୀ ମାତାର କୋଳ ।


ପ୍ରେମ ବିନା ଲାଗେ ସଂସାର ଫିକା 

ଫିକା ଫଗୁଣର ମାସ

କୋଇଲିର ଛନ୍ଦ ହୁଏ ବିଚ୍ଛନ୍ଦ 

ନଫେରିଲେ ମଧୁ ମାସ ।


ଚାଲେ ଜୀବନ ନଥିଲେ ଆଲୋକ ଓ

ଯଦି ଛାଏ ପୁରା ଅନ୍ଧାର,

ନଥିଲେ ଚନ୍ଦ୍ରର ଜ୍ୟୋତ୍ସ୍ନା, ନଥିଲେ ମଧ୍ୟ

ତୀକ୍ଷଣତା ସୂର୍ଯ୍ୟର ।


ଲୋଭ ଓ ସ୍ୱାର୍ଥର ପ୍ରଭାବେ ଅଭାବ ଘଟେ 

ମଣିଷତ୍ୱ ମନୁଷ୍ୟର

ଆନ୍ତରିକତାର ଅଭାବ ଭିତରେ, ମାୟା 

ଛିଡି ଯାଏ ଡୋରୀ ସମ୍ପର୍କର ।

  

ସମୟର କରାଳ ଗର୍ଭରେ ଫାଟ ଆସେ 

ପ୍ରତ୍ୟେକ ରକ୍ତ ସମ୍ପର୍କରେ 

ସେଥିରେ ଚୁନା ହୋଇପାରେ ମୋହ 

ମାୟା ପରିବାର ସଂସାରରେ ।


ନଥାଉ ଝାଞ୍ଜି ପବନ, ନଥାଉ ତାରାର 

ରଶ୍ମି, ଥାଏ ମନ ଭିତର ବହୁ ସପନ

ଥାଏ ଏଠି ଆଶା ଆଉ ନିରାଶା ଭିତରେ 

କେଞ୍ଚାଏ ବିଶ୍ୱାସର ଜୀବନ ।


ବିଦାୟ ତ ନେବା ହୋଇଗଲେ ବେଳ,

ବାନ୍ଧିବା ଡୋରୀ ଏଇ ଜୀବନର

ବିତି ଥିବା କଥା ମନେ ପଡି ମଧ୍ୟ ବ୍ୟସ୍ତ 

ଲାଗେ ମନର ଭିତର ।


ପ୍ରତାରଣା ସର୍ବସ୍ୱ ଜୀବନେ ବଢଇ ଖାଲି 

ଦହନ, ତାକୁ ମନରୁ ଦେବା ପୋତି

ତ୍ୟାଗ ବଳେ ମିଳି ପାରିବ ସମସ୍ତ ସୁଧା

ଅନୁରାଗ, ପ୍ରେମ, ପ୍ରୀତି ଓ ଶାନ୍ତି ।



Rate this content
Log in