ବୋଧେ ମୁଁ
ବୋଧେ ମୁଁ
ଫୁଲ ବଗିଚାର ପ୍ରଜାପତି ଟିଏ ମୁଁ
ଫୁଲେ ଫୁଲେ ମୋର ପ୍ରେମ,
ଭ୍ରମର ଟିଏ ଆସି ଭ୍ରମିତ କରି ଯାଏ
ପ୍ରେମରେ ଦେଇ ଭରମ ।
ସମୁଦ୍ରର ଛୋଟ ଶାମୁକା ଟିଏ ମୁଁ
ସମୁଦ୍ର ଗର୍ଭରୁ ମୋର ଜନମ
ସମୁଦ୍ର ର ଛୋଟ ଲହରୀ ବହଇ ନିଏ
ବହିଯାଇ ମିଳେ କି ପ୍ରକାର ଆରାମ ।
ଜଙ୍ଗଲର ଏକ ଗଛ ଟିଏ ମୁଁ
ଫୁଲ ଫଳ ଡାଳ ପତ୍ର କାଠ ଛଡା,
ନିଶ୍ୱାସ ପ୍ରଶ୍ୱାସ ବି ମୋର
ମୋ ଉପକାର ସବୁ ସବେ ଭୁଲିଯାଇ
ହାଣି ଯାନ୍ତି ସବେ ମୋ ଶରୀର ।
ଆକାଶର ସେଇ ଛୋଟ ତାରା ଟିଏ ମୁଁ
ଚନ୍ଦ୍ର ପରି ନୁହେଁ ଉଜ୍ଜଳ,
ବିଜୁଳିର ସେଇ ଥରକର ଝଟକା ପରି ଆଲୋକ ନୁହଁ
ମିନି ମିନି ହୋଇ ଦେଇଥାଏ ନିତି ଦିନ ।
ପାହାଡ଼ର ଛୋଟ ପଥର ଟିଏ ମୁଁ
ଗଡି ଗଡି ଯାଏ ଦିନ,
ଗଡି ଗଡି ଚୁର୍ଣ୍ଣ ହୋଇଗଲେ ବି
ନାହିଁ କାହା ମନରେ ମୋ ପାଇଁ ଶୋକ ।