STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ସଂସାର ବନ୍ଧନ

ସଂସାର ବନ୍ଧନ

1 min
217


ବସୁଧାର ସୁଧା        ନାହିଁ ଯହିଁ ବାଧା

     ମର୍ତ୍ତ୍ଵରେ ଅଟେ ସେ ଘର,

ରକ୍ତର ସଂପର୍କ        କରିଥାଏ ଏକ

       ସଭିଏଁ ଏଠି ନିଜର।


ଏକ ମନ ପ୍ରାଣେ      ଆପଣାର ପଣେ

       ଗଢିଥାନ୍ତି ପରିବାର,

ପରସ୍ପର ପ୍ରତି        ହୃଦେ ରଖି ପ୍ରୀତି

       ଚଳୁଥାନ୍ତି ନିରନ୍ତର।


ଆତ୍ମୀୟସ୍ବଜନ       ମନ ସାଥେ ମନ

       ଏକ ଡୋରେ ହୁଏ ବନ୍ଧା,

ପରସ୍ପର ସାଥେ      ଜୀବନର ପଥେ

       ହସ ଲୁହ ଥାଏ ଛନ୍ଦା।      


ସୁନ୍ଦର ଯେତିକି       ମଧୁର ସେତିକି

     ଭବେ ସଂସାର ବନ୍ଧନ,

ସୁଖରେ ଦୁଃଖରେ    ଏକାଠି ସାଥୀରେ

      କଟେ ପାର୍ଥିବ ଜୀବନ।


ପରିବାର ବର୍ଗ         ସର୍ବସ୍ବ ଉତ୍ସର୍ଗ

       କରୁଥାନ୍ତି କର୍ମ କରି,

ପରସ୍ପର ମଧ୍ୟେ       ଆପଣାର ସାଧ୍ୟେ

      ସ୍ନେହ ମମତା ବିତରି।


ସେବା ଯତ୍ନ ତ୍ୟାଗ   କ୍ଷେତ୍ରେ ସହଯୋଗ

       ରହିଥାଏ ଅନାବିଳ,

ବିପଦେ ଆପଦେ      ଅବା ଅବସାଦେ

      ସୁଧାରନ୍ତି ହୋଇ ମେଳ।


ସୁସନ୍ତାନ ହୋଇ     ଆଶା ସ୍ବପ୍ନ ନେଇ   

      ସାକାର କରେ ତା' ଶ୍ରମେ,

ଦାନ ପ୍ରତିଦାନ        ସଂସାର ବନ୍ଧନ   

      ବୁଝିଥାଏ ମର୍ମେ ମର୍ମେ।


ବିଧିର ବିଧାନେ       ସମ୍ଵନ୍ଧ ସ୍ଥାପନେ

      ସଂସାରେ ରହିଛି ସ୍ଥିତି,

ଭାବ ବିନିମୟ        କରେ ମଧୁମୟ

      ଥିଲେ ସୁକର୍ମ ସୁକୀର୍ତ୍ତି।


ସ୍ଵାର୍ଥେ ହେଲେ ବଶ     ହୁଅଇ ବିନାଶ   

       ସଂସାରର ଏ ବନ୍ଧନ,    

ଜୀବନଟା ବ୍ୟର୍ଥ        ଘଟଇ ଅନର୍ଥ

       ହୁଏ ନାହିଁ ସମାଧାନ।

   

         

       

      

       

       

   

   

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action