ହେଉ ମୋର ଅନୁଚିନ୍ତା
ହେଉ ମୋର ଅନୁଚିନ୍ତା
ମନୁଷ୍ୟ ସାମାଜିକ ପ୍ରାଣୀ,
ଧର୍ମ କର୍ତ୍ତବ୍ୟ କରିବା
ନିଷ୍ଠୁର ଅନ୍ୟାୟୀ ହୋଇ
ଅଧର୍ମର ପଥ ନଧରିବା ।
କି ସମୟ ହୋଇଛି, ମାନବ
ହିଂସାରେ ଜଳୁଛି
ସତ୍ଯ ଧର୍ମ ଦୟା କ୍ଷମାକୁ
ମନରୁ ବାଦ ଦେଇଛି ।
ଦୁର୍ବଳ ଉପରେ ଚାଲେ
ସବଳର ଅତ୍ୟାଚାର
ନିରୀହ ପ୍ରାଣ ପଡୁଛି ଆହୁତି,
ଦେଖି ମନ ଅସ୍ଥିର ।
ମାୟା କୁହୁଡିରେ ପହଁରି
ଜୀବନ ଉବୁଟୁବ ହୁଏ
ସତ୍ୟକୁ ପାଶୋରୀ ଅଜ୍ଞାନରେ
ମଣିଷ ହାହାକାର ହୁଏ ।
ଏ ଦୁର୍ଦ୍ଦିନର ଗରଳ ମୋର
ହୃଦୟରେ ନଆସୁ
ମାନବତା ହଜାଇଣ ମୋ ପିଣ୍ଡକୁ
ଦୁଃଖ ନଆସୁ ।
ଅନ୍ତର ମଧ୍ୟରେ ମୋର ସତ୍ୟ
ପଥେ ଅହରହ ଥାଉ
ହୃଦୟ ଭିତରେ ସଦା ପ୍ରକୃତି
ଦତ୍ତ ସୁନ୍ଦରତା ଭରି ରହୁ ।