STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ରବୀନ୍ଦ୍ର ଠାକୁର

ରବୀନ୍ଦ୍ର ଠାକୁର

1 min
202

ଗୀତାଞ୍ଜଳି ତଵ ମାନସ ରଚନା

ବିଦଗ୍ଧ ପାଠକ ଆଦୃତ ସର୍ଜନା।


ଜାତୀୟ ସଙ୍ଗୀତ ଭାରତ ଗୌରବ

ଦେଶ ପ୍ରୀତି ଭାବ ମହକେ ସୌରଭ।


ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଆକାଶେ

ପୂର୍ଣ୍ଣମୀ ରାତିଟି ଚନ୍ଦ୍ରମା ସକାଶେ।


ସ୍ୱର ତାଳ ଲୟ କବିତା ଝଙ୍କାର

ଏକଲା ଚଲୋରେ ପ୍ରେରଣା ହୁଙ୍କାର।


ସର୍ଜନା ତୁମର କାଳ ଜୟୀ ଅଟେ

 ସଙ୍ଗୀତ ସୃଜନ ମୂର୍ଚ୍ଚନାରେ କଟେ।


ଶାନ୍ତି ନିକେତନ ଗୁରୁ କୂଳ ଶିକ୍ଷା

ବିଶ୍ୱଭାରତୀରେ ନେବାପାଇଁ ଦୀକ୍ଷା।


ଦେଶ ବିଦେଶରୁ ଆସି ବହୁ ଚାଟ

ନିଜ ନିଜ ଜ୍ୟୋତି ପ୍ରକାଶରେ ବାଟ।


ଆଲୋକିତ କରି ଦିବାକର ସମ

ଗ୍ରୁରୁ ପରମ୍ପରା ଭାରତୀୟ ମର୍ମ ।


ସେବକ ଚରିତ୍ର ସହନଶୀଳତା

ସୌରଭ ପ୍ରକାଶ ଶିକ୍ଷାର ବାରତା।


କଳା, କାରିଗରୀ, ବୈଷୟିକ ମାନ

ଗୁରୁତ୍ୱ ଦେଇ ସୁନାଗରୀକ ଧ୍ୟାନ।


ବିଶ୍ବବିଧ୍ୟ।ଳୟ ଛୁଟାଏ ମହକ

ସତେକି ସମର୍ଥ ମର୍ତ୍ୟରେ ସରଗ।


ସଙ୍ଗୀତ ସାହିତ୍ୟ ଶ୍ରୀକ୍ଷେତ୍ର କେତନ

ବିଶ୍ୱ ଦରବାର ଉଡେ ନିକେତନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action