STORYMIRROR

lopa samal

Action Others Children

3  

lopa samal

Action Others Children

ଉକ୍ରଳ ଗୈାରବ_୩

ଉକ୍ରଳ ଗୈାରବ_୩

1 min
175

ଉକ୍ରଳ ଗୈାରବ ତୁମେ ମଧୁବାବୁ

ଏ ଜାତିର କର୍ଣ୍ଣଧାର,

ତୁମ ଆଦର୍ଶର ଉତ୍କଳ ଆଜି

ହୋଇଅଛି ନାରଖାର।


ଆତଙ୍କବାଦର ଲେଲିହାନ ଶିଖା

ଜଳୁଛି ହୋଇ ଉଜ୍ଜ୍ୱଳ,

ଉଠ ଗଉରବ ଜାଗ ଗଉରବ

ଜନମି ଭୂମେ ଉତ୍କଳ।


କନା ପଡ଼ିଅଛି ଉଡିଛି କର୍ପୂର

ନାହିଁ ସେ ସୁବାସ ବାସ,

କୋଟିଏ ଓଡ଼ିଆ କାତରେ ଡାକୁଛୁ

ଆସ ମଧୁବାବୁ ଆସ।


ଫେରାଇ ଆଣହେ ଉତ୍କଳ ସମ୍ମାନ

ଉତ୍କଳର ସ୍ବାଭିମାନ,

ଉତ୍କଳ ଜନନୀ ନିରତେ କହୁଛି

କାନ୍ଦେ ଉତ୍କଳ ସନ୍ତାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action