STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଫେରିପାଇବାକୁ ଇଚ୍ଛା

ଫେରିପାଇବାକୁ ଇଚ୍ଛା

1 min
125

ପୁଣି ଫେରିଯିବାକୁ ଇଚ୍ଛା

ସେଇ ପିଲାଦିନକୁ

ଯୋଉଠି ବୋଉ ଥିଲା

ଥିଲେ ଗୀତା, ମୀତା ଆଉ ଅନିତା,

ଯୋଉଠି ଖଟା ଚାଟି ଚଟା ଖେଳୁ ଖେଳୁ

ଝୁଣ୍ଟି ପଡିଲେ ଉଠେଇଦେଉଥିଲେ ଦାଦି,

ଜେଜେମା ଯୋଉଠି ଗପ ପେଡି ଟେ ଥିଲା,

ଆଉ ଜେଜବା' ଗ୍ଲୋବ

ପ୍ରତିଦ୍ୱନ୍ଦି କେହି ନଥିଲେ,

ସମସ୍ତେ ଭଉଣୀ ଭାଇ,

ଯୋଉଠି "ଆମେ " ବୋଲି ଶବ୍ଦଟେ ଶୁଭୁଥିଲା

ସହର ଠୁ ଗାଁ ଯାଏ

ଜଣଙ୍କ ହସରେ ଲୁହରେ

ଭିଜୁଥିଲେ ଫଗୁଣଠୁ ଶ୍ରାବଣ,

ଯୋଉଠି ଦେଖା ହେଇଥିଲା ମୋ ପ୍ରଥମ ପ୍ରେମ,

ଯିଏ ଦଉଡି ପଳେଇଥିଲା ଗୁଡିଆ କାଗଜଟେ ପକେଇ

ଖୋଲା ଝର୍କା ର ଜହ୍ନ ରାତିରେ

ସେଇ ସ୍କେଚ୍ ପେନ୍ ରେ ଅଙ୍କା ଲାଲି ହୃଦୟ

ଆଉ ମଝିର ସବୁଜ ତୀର ଚିହ୍ନ

ଇସ୍! ଏବେ ବି କରେ ଆନମନା,

ଯଦିଓ ଭୁଲିସାରିଛି ତା' ନାଁ ।

କୋଉ ଯାଣିଛି ଯେ କିଏ ଥିଲା ବୋଲି ?

ଖାଲି ମନେ ଅଛି ସେ ପୁଲକରୁ ମୁଠାଏ ସିନା ।

ପୁଣି ଫେରିବାକୁ ଇଛ୍ଛା

ଡୁ ଡୁ ଖେଳ ପଡିଆକୁ

ଯୋଉଠୁ ଖେଳି ସାରି ପ୍ରତିପକ୍ଷ ମିତାଲି ଆଣିଥିବା

ବାରି ବରକୋଳି ଆଉ ରାଗ ତେନ୍ତୁଳି

ନେଇ ଯାଏ ବାଟ କଢେଇନିଏ ।

କଇଁ ଠୁ ଗପ ଚୋରାଏ, ଆଉ

ଆମ ଆଖିରେ ଭରିଦିଏ

ଏବେ ତ ସେ ଦିନ ସବୁ ବର୍ଷା ଧୁଆ ପଙ୍କପାଣି

ବହିଯାଏ  ନାହିଁ ଉଜାଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action