କୋଉ ଅନ୍ଧାରକୁ ଆଲୋକିତ କରିବାକୁ
କୋଉ ସତ୍ୟକୁ ଆଲୋକ ଦେଖେଇବାକୁ
କୋଉ ଦୁଃଖୀର ଆଖିରୁ ଲୁହ ପୋଛିବାକୁ
ସମର୍ଥ ହେଲାନି ବୋଲି ପୁରୁଣା ବର୍ଷ
ନୂଆବର୍ଷ ଆସୁଛି ନେଇ ସ୍ପର୍ଶ ଆଉ ହର୍ଷ
ନୂଆବର୍ଷ ଆଣି ଦେବ ମିଠା ପିଠା ଗଇଁଠା
ବାଣ ଫୁଟିବ ଜହ୍ନି ଫୁଲ ପରି ଠୋ ଠା
ଦେବ ଘୋଡା ଗାଡି କଂକ୍ରିଟ କୋଠା
ମାଆ ମାନେ ପିନ୍ଧି ମଠା କରବେ ପିଠା
ଏତେ ସବୁ ସମ୍ଭାବନା ସତ କରିବାକୁ
ନୂଆ ବର୍ଷ ଆସେ କୋଳାହଳ ସହ ହୁଳହୁଳି
ମାରି କରତାଳି ଉଠା ଥାଳି
ଖାଇବୁ ଗାଇଁଠା ଚକୁଳି କରୁଥା କୁଳି
ଆଗତ ଚଢ଼େଇ ପାଇଁ ବେସର ବଟା
ଧାନ ଚୁନା ବିରି ରଗଡା ହେବ ପିଠା
ଏତେ କଥାକୁ ନା ପେଲି ଦେଲି କଲିକତାକୁ
ନୂଆବର୍ଷ ପ୍ରତିବର୍ଷ ଆସି ପୁରୁଣା ହେବାଟା
ଆଜି ନୁଁହଁ କାଲି ନୁଁହଁ ଦେଶ ପରାଧୀନ ହେବାଠୁ
ପୁଣି ସ୍ବାଧୀନତା ପାଇବା ପରଠୁ
ଶୁଆ ସବୁ ମିଠୁ ଖାଇ ପିଇ ମୋଟୁ
ନେତି ଆଈ କହେ ଦେ ଉଠୁ
ଢ଼ିଙ୍କି ଦେ ଦୁଲୁକେଇ ଲୋ ଧାନ କୁଟୁ କୁଟୁ