STORYMIRROR

Tapaswini DashSarangi

Abstract Tragedy Fantasy

3  

Tapaswini DashSarangi

Abstract Tragedy Fantasy

ଅତିଥି

ଅତିଥି

1 min
247

ସେ ଏମିତିକା ଅତିଥିଟିଏ

ତା' ଆଗେ ପ୍ରଯୁଜ୍ୟ ନୁହେଁ

ଅତିଥି ଦେବୋ ଭବଃର ଉକ୍ତି।

ସେ ଏମିତିକା ଅତିଥିଟିଏ

ବୁଝାଇଦିଏ ପ୍ରକୃତ ଅତିଥି

ଶବ୍ଦର ଅର୍ଥ

ବିନା ତିଥିରେ ଆସେ ବୋଲି ତ

ସେ ଅତିଥି।

ସେ ଏମିତିକା ଅତିଥିଟିଏ

ତା'ର ହଠାତ୍ ଆଗମନରେ

ଖୁସିର ମାହୋଲରେ

ସଞ୍ଚରି ଯାଏ ଅବଷାଦର 

କଳା ବାଦଲ।

ସେ ଏମିତିକା ଅତିଥିଟିଏ

ନେଇ ଆସେ ତା' ସାଙ୍ଗରେ

ଏମିତିକା ଉପହାର

ଯାହା ପାଇଁ ଓଠ ହସ ସହିତ

କଟି କରିଦିଏ କିନ୍ତୁ

ଆଖି ଲୁହକୁ ଓ ଛାତି କୋହକୁ

ଆପଣାର ଭାବି ଗଢି ତୋଳନ୍ତି

ଏକ ନୂଆ ପରିଚୟ।

ସେ ଏମିତିକା ଅତିଥିଟିଏ

ଯାହାକୁ କରିଛି ଆଲିଙ୍ଗନ

ସିଏ ଭୂଲି ଯାଇଛି ନିଜର

ଅସ୍ତିତ୍ଵ ନିଜର ସବୁ ସମ୍ପର୍କ।

ତା' ପରଶେ ଆସେ

ଏମିତି ନିଦ ଯେଉଁ ନିଦର 

ଅନ୍ତ ନଥାଏ କି ଆଗାମୀ

ସୂର୍ଯ୍ଯୋଦୟ ଦେଖିବାର

ଜିଜ୍ଞାସା ନଥାଏ।

ହଁ ହଁ ସେ ଏମିତିକା ଅତିଥିଟିଏ

କେବେ ପାଇନି ଆଦର

କେବେ ହୋଇନି ଆପ୍ୟାୟିତ

କାହିଁକି ନା ସେ ତ ଜୀବନର

ଏକ ଚିରନ୍ତନ ବାର୍ତ୍ତାବହ ହୋଇଆସେ।

ସେ ମୃତ୍ୟୁ 

ସେ ଧ୍ରୁବ ସତ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract