ଧ୍ୱଜା
ଧ୍ୱଜା
ସନାତନ! ବେଶ୍ ତ ଗଳାକୁ ଫଟାଇ
ବୋଲାଉଛ ନିଜକୁ ନିଜେ ନାରଣ ;
ସୃଷ୍ଟି ଓ ସ୍ଥିତିକୁ ବାନ୍ଧିଅଛ ଭବଦଣ୍ଡେ
ବିସର୍ଗୁଛ ଶ୍ୱେତ ହରିତ କେଶରୀ
ନାନାବିଧ ବର୍ଣ୍ଣ,
ଫରଫର ଉଡାଉଛ ଜୈତ୍ର
ନୀଳଚକ୍ରେ ପତିତପାବନ ।
ତୁମେ କ୍ଷେତ୍ର ଅଧୀଶ୍ଵର
ଶ୍ରୀ ପୁରୁଷୋତ୍ତମ,
ଧ୍ଵଜା ତୁମ ତ୍ରିକୋଣରୁ ଏବେ ଚତୁଷ୍କୋଣ,
ଧର୍ମଧ୍ୱଜା ଭରକେନ୍ଦ୍ର ପାଳନ ପୋଷଣ,
ବିନ୍ଦୁ ଓ ବିସର୍ଗ ସ୍ଥିତି
ନିଃସନ୍ଦେହ ହେଉ ସନ୍ତୁଳନ ।
ସର୍ବଶକ୍ତିମାନ ତୁମେ ପ୍ରଭୁ ଭଗବାନ,
ଆମ୍ଭେ ଦୀନ ଆମ୍ଭେ ହୀନ
ସର୍ବସାଧାରଣ,
ଭକ୍ତି ସ୍ତୁତି ସମର୍ପଣ ଭାବ ଛଡ଼ା
ଆମ୍ଭେ ପାଖେ ନାହିଁ କିଛି ଆନ,
ଚଳୁ ଜାତି ନନ୍ଦିଘୋଷ ଅବତର ପହଣ୍ଡିରେ
ଶ୍ରୀ ବିଷ୍ଣୁ ବାମନ,
ସୁଲଭୁ ମୁକତି ପଥ ନ ମଣୁ ମଣିଷ ମାତ୍ରେ
ଅରକ୍ଷିତ ଦୀନ ଭାଗ୍ୟ ହୀନ ।