STORYMIRROR

sumita behera

Romance Fantasy Others

3  

sumita behera

Romance Fantasy Others

ସେଥିପାଇଁ କି!

ସେଥିପାଇଁ କି!

1 min
176


      

 ଟିକେ ମିଛ ତୁମେ ହସି କୁହ ଯେବେ

 ଏତେ ଭଲଲାଗ କାହିଁକି!

 ପ୍ରୀତି ଲୁଚିଥାଏ ତା' ଭିତରେ ବୋଲି

 ସେଥିପାଇଁ ଭଲ ପାଏକି?


 ଛଳ ଛଳ ଯେବେ ତୁମ ଆଖି କୋଣ

 ମୋ ନୟନେ ଅଶ୍ରୁ କାହିଁକି!

 ଭାଙ୍ଗି ଯାଏ କିଆଁ ମୋ ବୁକୁ ଅଧିରେ

 ସେଥିପାଇଁ ଭଲ ପାଏକି?


 ତୁମ ଓଠ ହସେ ସରଗର ଶଶୀ

 ମୋତେ ଆଖି ଠାରେ କାହିଁକି

 ଖିଆଲି ମନ ମୋ ତୁମକୁ ହିଁ ଚାହେଁ

 ସେଥିପାଇଁ ଭଲ ପାଏକି?


 କହିବା ଆଗରୁ ମୋ ମନ ଭାବନା

 ତୁମେ ପଢିନିଅ କାହିଁକି

 ମୋ ମନେ ତୁମର ମନ ଛନ୍ଦି ରଖ

 ସେଥିପାଇଁ ଭଲ ପାଏକି?


 ହସରେ ଲୁହରେ ଫୁଲରେ କଣ୍ଟାରେ

 ତୁମ କାନ୍ଧ ଲୋଡ଼ା କାହିଁକି

 ମନେ ପଡ଼ ସଦା ପ୍ରୀତି ଫଗୁଣରେ

 ସେଥିପାଇଁ ଭଲ ପାଏକି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance