Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ରଙ୍ଗ ପସରା

ରଙ୍ଗ ପସରା

1 min
201



ଫଗୁଣ ପୁନେଇଁ ରାତି ହସେ ଜହ୍ନ ଖିଲି ଖିଲି     

ବରଷାଏ ସାତରଙ୍ଗେ ଅବିର,

 ଗାଏ ସୁମଧୁର ସୁରେ ମିଳନ ଗୀତି ମଧୁରେ     ଦେହମନେ ଶିହରଣ ଲହର ।

ମନ ଖୋଜେ ସାଥି ଟିଏ ଗଢ଼ିବାକୁ ନୀଡଟିଏ    

ଜୀବନ ପଥରେ ନୂଆ ପଥିକ,

ହାତରେ ମିଶାଇ ହାତ ଚାଲିବାକୁ ହୁଏ ପଥ

ଅନ୍ତହୀନ ଆଗକୁ ଅଧିକ ।

ଓଠେ ରଖି ମଧୁ ହସ ସାଥି ଇହପରକାଳ

ସହୁ ଯେତେ ଦୁଃଖ ଝଡ଼ ଝଞ୍ଜା,

ଅଟେ ସିନା ଦେହ ଭିନ୍ନ ଏକମନ ଏକପ୍ରାଣ

ବାହିନେବୁ ଆଶାର ନଉକା ।

ରଙ୍ଗର ପସରା ମେଲି ମୋ ଫଗୁଣ ପ୍ରିୟା ସାଥି

ହସିହସାଇ ମୋ ସାଥେ ଚାଲୁଛି,

ଫୁଲ ଚାଙ୍ଗୁଡିରେ ଭରି କହୁଛି ଶୁଭ ସକାଳ

ଜୀବନେ ମୋ ନିତିପ୍ରତି ରଙ୍ଗ ଭରୁଛି ।

 


Rate this content
Log in

Similar oriya poem from Romance