STORYMIRROR

Jayashree Maharana

Fantasy Inspirational Others

3  

Jayashree Maharana

Fantasy Inspirational Others

(ସନେଟ ସୁଧା ୧)ହସିଉଠୁ ଏ ସଂସାର

(ସନେଟ ସୁଧା ୧)ହସିଉଠୁ ଏ ସଂସାର

1 min
238

ହେ ଭୋଳା ଶଙ୍କର ପ୍ରଭୁ ମହେଶ୍ବର ଆଦିଯୋଗୀ କାଳେଶ୍ୱର

ତୁମେ ସତ୍ୟ ଶିବ ତୁମେ ହିଁ ସୁନ୍ଦର ଭକ୍ତି ଅର୍ଘ୍ୟ ଘେନ ମୋର 

ଅଜ୍ଞାନ ଅଧମ ଜାଣେ ନାହିଁ ପୂଜା  ଜପୁଅଛି ପଞ୍ଚାକ୍ଷର

ଢାଳିଦିଅ ପ୍ରଭୁ କରୁଣାର ବାରି ହସିଉଠୁ ଏ ସଂସାର। ।


ନାହିଁ ପାଶେ ପ୍ରଭୁ ତୁମ୍ଭ ପୂଜା ପାଇଁ ଚମ୍ପା ବେଲପତ୍ର କ୍ଷୀର

ଅନ୍ତର ଭକତି ସମର୍ପି ଡାକୁଛି ରାତି ରହି ଉଜାଗର 

ଜାଳିଅଛି ପ୍ରଭୁ ଚରଣେ ତୁମ୍ଭର ହୃଦୟ ଦୀପାଳି ମୋର

ହରିନିଅ ଦେବ ସକଳ ସଙ୍କଟ ହସିଉଠୁ ଏ ସଂସାର ।


ଶ୍ମଶାନ ନିବାସୀ ହେ ଡମ୍ବରୁଧର କୃପାମୟ ବାବା ହର

କୋପେ ବର ତପେ ବର ଯାଚିଦିଅ ପାପୀକୁ ବିନାଶ କର

ସଂସାର ହିତରେ ବିଷ ପାନ କରି ନାମ ନୀଳକଣ୍ଠେଶ୍ୱର

ତଵ ଜ୍ୟୋତିରାଶି ବିସ୍ତାରିତ କର ହସିଉଠୁ ଏ ସଂସାର ।


ଆଶୁତୋଷ ରୁଦ୍ର କରୁଣାବତାର ମହାଦେବ ଗଙ୍ଗାଧର

ପ୍ରତି ପ୍ରାଣେ ଶାନ୍ତିପ୍ରୀତି ଭରିଦିଅ ହସିଉଠୁ ଏ ସଂସାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy