STORYMIRROR

laxmidhar Sahoo

Fantasy

3  

laxmidhar Sahoo

Fantasy

ତୃଷ୍ଣା

ତୃଷ୍ଣା

1 min
277

ମନ ସମୁଦ୍ର ମହାସମୁଦ୍ର ଜଳେ

ଗଭୀରତମ ଗଣ୍ଡଟି ହିଁ ତୃଷ୍ଣା

ମାରିଆନା ଖାତର ୧୧କି.ମି ଗଭୀରକୁ

ବି ବଳିଯିବ ତୃଷ୍ଣାର ଗଭୀରତା

ମାରିଆନାରେ ତ

ହିମାଳୟ ବୁଡ଼ିଯିବ

କିନ୍ତୁ..................

ତୃଷ୍ଣା ଗଣ୍ଡରେ ବୁଡ଼ିଯିବ

ସମଗ୍ର ପୃଥିବୀ


ଆଶାର ବାରି ପାତରେ

ନାଚୁଥିବା ଇନ୍ଦ୍ରଧନୁ

ହିଁ ତୃଷ୍ଣା

ସେ ବାରି ପାତ

ଯେତେବେଳେ ଯାଏ ଚାଲୁଥିବ

ଯେପର୍ଯ୍ୟନ୍ତ ଅନୁକମ୍ପା ବିଜୁଳି ନୃତ୍ୟ ରତା ଥିବ

ସ୍ପଷ୍ଟ ହେଉଥିବ

ଇନ୍ଦ୍ରଧନୁର ସପ୍ତରଙ୍ଗ

ଅର୍ଥ, କାମ, ମୋହ, ସ୍ଵଉନ୍ନତି , ଇଚ୍ଛା, ପ୍ରାଧାନ୍ୟ ଓ ସୁବିଧା



ସେବା ସୂର୍ଯ୍ୟଙ୍କୁ ଉହାଡ଼ରେ ରଖି

ଚାଲିବ ତୀକ୍ଷ୍ଣ ଆଶାର ବାରି ପାତ

ସେ ଜଳ ବଢ଼ି ହେବ ପୟୋଧି

ସେ ପୟୋଧିରେ ଲୀନ ହେବ ସବୁ କାମନା

କେବେ ମେଣ୍ଟିବ ନାହିଁ ତୃଷ୍ଣାର ଆଧିପତ୍ୟ

ଏ ପ୍ରକ୍ରିୟା ଚାଲିବ ଜୀବନ ବ୍ୟାପି


ଯଦି କେବଳ ସେବା ସୂର୍ଯ୍ୟ ଦେଖା ଦେବେ

ତାଙ୍କ ଚେତନା ଖରାରେ ଶୁଷ୍କ କରିବେ

ଆଶା ପୟୋଧି

ତେବେ ମେଣ୍ଟିବ ତୃଷ୍ଣାର ଆଧିପତ୍ୟ

ସେ ତୃଷ୍ଣା ବିନା ସୂର୍ଯ୍ୟରେ ବି

ଅଧିକା ଚମକ ପ୍ରଦ ଇନ୍ଦ୍ରଧନୁ ହେବ


ଯେପର୍ଯ୍ୟନ୍ତ ନ ଆସିଛନ୍ତି ସେବା ସୂର୍ଯ୍ୟ

ନ ପ୍ରଶମିତ ହୋଇଛି ଅନ୍ୟ ନିନ୍ଦାର କଳାବାଦଲ

ସେ ପର୍ଯ୍ୟନ୍ତ ଚାଲିବ

ଆଶା ତୃଷ୍ଣାର ଛାଇ ଖେଳ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy