STORYMIRROR

laxmidhar Sahoo

Classics

4  

laxmidhar Sahoo

Classics

ନିଦାଘଗନ୍ଧା

ନିଦାଘଗନ୍ଧା

1 min
195

ମୁଁ...................

ଶୁଣ ଶୁଣ ମୋର ଛାୟା

ଶୁଣ ମୋର ନିଃସଙ୍ଗତା

କ୍ଷମା ପ୍ରାର୍ଥନା

ଶୁଣ ନୁହେଁ

ଆଘ୍ରାଣ କର

ଏହି ବନ୍ୟପଶୁ ସଂକୁଳ ଅଞ୍ଚଳରେ

କିଏ କିଏ.........

ସେ ସୁବାସ ବିଞ୍ଚିଲା

ସୂର୍ଯ୍ୟଙ୍କ ନିଦାଘ ତେଜରେ

ମୋ କପାଳ

ବ୍ୟଥିତ ହୋଇ

କ୍ଷୀଣ ହେବାକୁ ବସିଥିଲା l

ଏ ସୁଗନ୍ଧ ଆଘ୍ରାଣ କରି

ସତେଜତା ଭରିଗଲା

ଏ ଜନକୀର୍ଣ୍ଣ ଭୂଇଁରେ

ବିସ୍ମୃତ ପଥରେ କିଏ..... ସେ

ଭରିଲା ସୁବାସ

ଶତ ଚନ୍ଦନ ଶତ ତୁଳସୀ ଠାରୁ

ଏ ବାସ୍ନା ଟିକେ ନିଆରା

ବୁଲବୁଲ ପକ୍ଷୀର ଯେ ଗୀତ

ଆରବ ମରୁରେ

ଯେତେ ଖୁସି ନ ଦିଏ

ସେତିକି ନୁହେଁ ନୁହେଁ

ତା ଠାରୁ ଅଧିକା ଖୁସି ଦେଉଛି

ଏ ସୁବାସ ।


ବଣମଲ୍ଲୀ.........

ମୁଁ ମୁଁ ସେ

ଖୁଦ୍ରକାୟ ପୁଷ୍ପ

ମୋ ଉଦ୍ଭିଦ ମା'ଙ୍କ ତନୁରେ

ମୁଁ ସତରେ ଧନ୍ୟ

ଯେ ଆପଣ

ମୋ ବାସ୍ନା ଜାଣିଲେ

ଅନ୍ତତଃ ମୁଁ ଜଣଙ୍କ

ନାସିକା ଶୂନ୍ୟତା ପୂରଣ କରିପାରିଲି

ତେଣୁ ମୁଁ ଧନ୍ୟ

ମୁଁ ଶୁଣିଛି

ମୋ ଭାଇ ଭଉଣୀଙ୍କ

ସତେଜ ଶ୍ଵେତା ରୂପ

ସେମାନଙ୍କର କିନ୍ତୁ

ବୋଧହୁଏ............

ଅହୋଭାଗ୍ୟ ନଥିଲା,

କି ସେ କାହାର ଆଘ୍ରାଣ ହୋଇପାରିବେ

ମୋ ଭାଇଭଉଣୀ

ମଉଳି ଗଲେ ମନ ଦୁଃଖରେ

ମହାଭାଗ ଆପଣ ବୋଧହୁଏ

ବାଟ ଭୁଲି ଏଠାକୁ ଆସିଛନ୍ତି

ନହେଲେ ଏଠାକୁ ଆସେ କିଏ

ନା ବାସ ଜାଣେ

ହଉ ମୋ ମଉଳିବା ସମୟ ଉପନୀତ ପ୍ରାୟ

ମୋ ସୁକ୍ଷ୍ମ ଜୀବନରେ

କାହାର ତ ସାହାଯ୍ୟ କରିପାରିଲି

ହଉ ଆସୁଛି

ବିଦାୟ ମହାଭାଗ

ବିଦାୟ........।


ମୁଁ..........

ହେ ବଣମଲ୍ଲୀ

ମୁଁ ତୁମ ଯିବାକୁ ତ ଟାଲିବିନି

କିନ୍ତୁ ତୁମ ମା ଙ୍କୁ ନେଇ

ମୋ ବଗିଚାରେ ପୋତିଵି

ଯେପରି ତୁମ ସାନ ଭାଇଭଉଣୀଙ୍କ

ଆଘ୍ରାଣ ଜଗତ ଜାଣିବ

ଧନ୍ୟ ତୁମେ

ତୁମେ ଧନ୍ୟ କଲ

ଏ ନିସ୍ତବ୍ଦ ପୂର୍ବାହ୍ନକୁ

ତୁମେ ହିଁ ନିଦାଘଗନ୍ଧା ।।



Rate this content
Log in

Similar oriya poem from Classics