ରଙ୍ଗର ଖେଳ
ରଙ୍ଗର ଖେଳ
ନାଲି ନାଲି ଓଠ
କଳା ବେଣୀ ଛାଟ
ହଳଦିଆ ପାଟ ନାଇ
ଗୋଲାପୀ ଗାଲରେ
କଳାଜାଇ ତଳେ
ଧଳା ଦନ୍ତ ପନ୍ତି ଥାଇ ।
କପାଳେ ସିନ୍ଦୁର
ଆଖିରେ କଜଳ
ଭୃଲତା ମୟୂର ପୁଚ୍ଛ
ନାକ ଠିଆ ଠିଆ
ଓଠ ଚୋଉଡ଼ିଆ
ଦରସନେ ସବୁ ତୁଚ୍ଛ ।
ଏତେ ନେଇ ରଙ୍ଗ
ଅଙ୍କା ହେଲ ସାଙ୍ଗ
ସାକ୍ଷାତ ଦେବୀଙ୍କ ପରି
କାମନା ବାସନା
ଗୁଣରେ କଳ୍ପନା
ହେବନାହିଁ ତୁମ ସରି ।
ଆଲୁଅକୁ ଦେଖି
ଝାସ ଦିଏ ମକ୍ଷି
ତୁଚ୍ଛା ଟାରେ ହୁଏ ବାଇ
ତୁମ ରୂପ ସଖି
ପ୍ରେମ ଭାବ ରଖି
ସତେକି ଗଛର ଛାଇ ।
ଆଖିକୁ ରଙ୍ଗରେ
ମନ କୁ ଢଙ୍ଗରେ
ଭାବନା ଜାଲରେ ପଡି
ବୁଝିପାରେ ଅନ୍ଧ
ଚୌଉସଠି ବନ୍ଧ
ଜୀବନ ରଙ୍ଗରେ ବଢି ।

