STORYMIRROR

Gitanjali Pujapanda

Romance Classics Fantasy

3  

Gitanjali Pujapanda

Romance Classics Fantasy

ପହିଲି ଫଗୁଣ

ପହିଲି ଫଗୁଣ

1 min
226


ପହେଲି ଫଗୁଣ ର ଫଗୁ ଭିଜା ପ୍ରେମ ଋତୁ ରେ

ରାଧାକୃଷ୍ଣ ଙ୍କ ପ୍ରେମ ର ଅବିର ମଳୟ ହୋଇ ବହେ।

ତନୁ ମନ ଶୀତଳ କରେ ଦେଖି ରଙ୍ଗ ତୁଳି ଯେବେ 

ଆଙ୍କିଦିଏ ନୂତନ କିଛି ଏ ଆକାଶରେ ବଉଦ ସମର୍ପଣ ଭାବେ ।

ତରଙ୍ଗା ୟତ ମନ ପ୍ରୀତିର ମଲ୍ଲାର ଗାଏ ଶୁଣି

କାହାର ବଂଶୀ ର ସ୍ଵନ ଦୂର ଦିଗନ୍ତରେ ।

ଆମ୍ବ ବଉଳ ର ଭଣଭଣ ବାସ୍ନା ରେ ନିଜକୁ ହଜାଇ 

ମୁକ୍ତ ଆକାଶ ରେ ଉଡୁଥିବା ପକ୍ଷୀ ଟିଏ

 ଟାଣି ହୋଇଚାଲି ଆସେ ଆଘ୍ରାଣ ନିମନ୍ତେ।

ଓଃ!!ସତେ କିଏ ଚିତ୍ରକାର ଗଢି ତୋଳିଛି 

ପହିଲି ଫଗୁଣର ଫଗୁ ଭିଜା ଋତୁ କୁ କିମିଆଁ 

କରୁଛି ସୁନ୍ଦରତା ତାର ଆକାଶ ରେ ବିଞ୍ଚି ରଙ୍ଗ ଅବିର ।

କଳନା କି କଳ୍ପନା ନାହିଁ ଯେଉଁ ରଙ୍ଗ ର ବରଷୁ ଛି 

ପ୍ରୀତି ର ଅବିର ନେଇ ଇନ୍ଦ୍ରଧନୁ ର ସାତରଙ୍ଗ ର ଝଙ୍କାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance