STORYMIRROR

Prasanta Kumar Behera

Romance Fantasy Others

3  

Prasanta Kumar Behera

Romance Fantasy Others

ପ୍ରେମରାଗ

ପ୍ରେମରାଗ

1 min
266


ରାଣୀ ମୋର !

ତମେ ସପନରେ ଜମା 

ଆସନା କାହିଁକି କୁହତ !


ହେ ମୋ

ହୃଦ ରାଇଜର ଦେବତା

ମୁଁ ଯେ ତମ

ଜାଗ୍ରତ ପ୍ରହର ମୁକୁତା ,

ତମ ନୟନର ଜ୍ୟୋତି ସବିତା

ତମ ଚେତନା ପୁଳିନ ସଳିତା

ତମ ସପନରେ ମୁହିଁ 

କାହିଁକି ଆସିବି

ମୁଁ ଯେ ତମ 

ଜାଗ୍ରତ ପ୍ରହର ମୁକୁତା ।


ରାଣୀ ମୋର !

ଲକ୍ଷେ ସପନର ରାଜଜେମା

ତମ ସରି ଜମା ହେବନି

ସପନରେ ତମେ 

କାହିଁକି ଆସିବ

ତମେ ମୋ 

ଆଲୋକ ବେଳାର ଦାମିନୀ l


ହେ ମୋ 

ନନ୍ଦନ ବନର ସୌରଭ

ଆଜି ଏଇ ଲଗନରେ 

ନିଅ ମୋର ପ୍ରୀତି ଚୁମ୍ୱନ l


ରାଣୀ ଗୋ ମୋର

ତମେ ପାରିଜାତ ଫୁଲ ଅନନ୍ୟା,

ତମେ ମୋ 

ଜୀବନ କୁଞ୍ଜର ଲଳନା

ଆଜି ଏଇ ଲଗନରେ

ଆସ ମିଶିଯିବା

ଯଥା ସାଗର ସହିତ ଝର ଝରଣା l



Rate this content
Log in

Similar oriya poem from Romance