STORYMIRROR

Gangotri Priyadarshini

Abstract Classics Fantasy

3  

Gangotri Priyadarshini

Abstract Classics Fantasy

ରଙ୍ଗ ତରଙ୍ଗ

ରଙ୍ଗ ତରଙ୍ଗ

1 min
199


ଭଲ ଲାଗେ ରଙ୍ଗ ଭରା ରଙ୍ଗୀନ ଏଇ ଦୁନିଆ

ସାତ ରଙ୍ଗି ରଙ୍ଗ କି କୁହ ତା ଠାରୁ ଅଧିକା

ଫଗୁଣ ରେ ମନ ଭରି ରଙ୍ଗେଇ ଦିଅ ମନ

ଅାକାଶ ରୁ ବସନ୍ତ ଟା ଛଡେଇ ଆଣୁ ଜହ୍ନ

ବଉଳର ମହକରେ ଦିଗନ୍ତ ଅଚିହ୍ନା ହେଉ

ଇନ୍ଦ୍ରଧନୁ ଚଲାପଥ ରଙ୍ଗ ପାରିଜାତ ଢେଉ

ରଙ୍ଗ ଭର୍ତ୍ତି ଜୀବନଟା ରଙ୍ଗ ଉମଙ୍ଗ କୁ ଖୋଜେ

ପ୍ରକୃତିର ଗଭା ଗୋଟି ନାନା ଜାତି ରଙ୍ଗେ ସାଜେ

ପ୍ରତୀକ୍ଷା ଏ ସଦା ଥିବ ରଙ୍ଗ ବରଷା ର ମୋହ

ରଙ୍ଗ ଖେଳ ଏଇମିତି ଛୁଇଁ ଯାଉ ଅନ୍ତର ତଳ ସ୍ନେହ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract