ରଙ୍ଗ ତରଙ୍ଗ
ରଙ୍ଗ ତରଙ୍ଗ
ଭଲ ଲାଗେ ରଙ୍ଗ ଭରା ରଙ୍ଗୀନ ଏଇ ଦୁନିଆ
ସାତ ରଙ୍ଗି ରଙ୍ଗ କି କୁହ ତା ଠାରୁ ଅଧିକା
ଫଗୁଣ ରେ ମନ ଭରି ରଙ୍ଗେଇ ଦିଅ ମନ
ଅାକାଶ ରୁ ବସନ୍ତ ଟା ଛଡେଇ ଆଣୁ ଜହ୍ନ
ବଉଳର ମହକରେ ଦିଗନ୍ତ ଅଚିହ୍ନା ହେଉ
ଇନ୍ଦ୍ରଧନୁ ଚଲାପଥ ରଙ୍ଗ ପାରିଜାତ ଢେଉ
ରଙ୍ଗ ଭର୍ତ୍ତି ଜୀବନଟା ରଙ୍ଗ ଉମଙ୍ଗ କୁ ଖୋଜେ
ପ୍ରକୃତିର ଗଭା ଗୋଟି ନାନା ଜାତି ରଙ୍ଗେ ସାଜେ
ପ୍ରତୀକ୍ଷା ଏ ସଦା ଥିବ ରଙ୍ଗ ବରଷା ର ମୋହ
ରଙ୍ଗ ଖେଳ ଏଇମିତି ଛୁଇଁ ଯାଉ ଅନ୍ତର ତଳ ସ୍ନେହ ।।