ସାନିଧ୍ୟ
ସାନିଧ୍ୟ
କେବେ ତୁମେ ମାେ ସହ
କେବେ ମୁଁ ତୁମ ସ୍ମୃତି ସହ
ଅନ୍ତରଙ୍ଗ କଳ୍ପନାରେ ଆମେ ଦୁହେଁ
ଯେବେ ଯେବେ ଆନମନା ହେଇ ଉଠୁ
ସେତେବେଳେ ତୁହାକୁ ତୁହା ଭାବ ପ୍ରବଣତାର ଜୁଆର
ଛାତି ଭିତରେ ଲହଡ଼ି ଭାଙ୍ଗି ନିଶବ୍ଦେ ଚୂର୍ମାର ହେଉଥାନ୍ତି
ଆମେ ଦୁହେଁ ଠିକ୍ ବୁଝିପାରୁ ହୃଦୟ ଦୁଇ ଯାଆନ୍ତି ସହି
ସାନିଧ୍ୟର ଅଭାବ ବୋଧ ନୀରବେ ଏମିତି ଦୂରରେ ରହି
ତୁମେ ବି ଜଳୁଥାଅ ଆଉ ମୁଁ ବି ଦୁନିଆ କୁ ଡରି ଚୁପ୍ ରହୁ
ସାନିଧ୍ୟ ଲୁଚିଯାଏ ଆଲୋଡନ କରି ଏ ଅଲୋଡା ହୃଦୟରେ
ଛଟପଟ କରି ମାରୁଥାଏ ନିତି ଜାଣେନା ତୁମେ ବୁଝ କି ନା ।।