STORYMIRROR

Akshaya Kumar

Romance Classics Fantasy

3  

Akshaya Kumar

Romance Classics Fantasy

ସନ୍ଦେହି ପ୍ରେମିକା

ସନ୍ଦେହି ପ୍ରେମିକା

1 min
268

 ଷୋଳବୟସୀ ସେ କାଙ୍କଡ଼ କଷି

ଧରୁ ଧରୁ ସେ ପଡ଼ଇ ଖସି...।।୧।।


ପ୍ରେମିକା ଋଷିଲେ ମନ ହଜିଯାଏ

ଦୂର ଦିଗ୍ ବଳୟ ପାରେ

ସହିବା ଦୁରୁହ ପ୍ରେମିକ ତା ପାଇଁ

କେତେ କେତେ ରୂପ ଧରେ ...।।୨।।


ଅଧାକଷା ଅଙ୍କ ପରି ଥିଲୁ

ମୋ ସ୍ୱପ୍ନର କଳପଟାରେ 

କେମିତି ତୁ ଲିଭିଗଲୁ

ବିନା ଡଷ୍ଟରରେ...।।୩।।


ତୁ କୁହୁକ ଦେଶର ନାୟିକା

ମୁଁ ମରୁଭୂମିରେ ମରୀଚିକା

ତୁ ବିରହ ରାଜ୍ୟ ରାଣୀ ଧୋକା 

ମୁଁ ପାପୁଲିର ଜୀବନ ରେଖା 

ତୁ ହିଁ ସନ୍ଦେହି ପ୍ରେମିକା..।।୪।।


କେତେବେଳେ ତୁ 

ଫଗୁଣ ରଙ୍ଗର ହୋଲି

ତ କେତେବେଳେ 

ଚୈତ୍ରର ଚଇତାଳି ।..।।୫।।


ତୁ ପ୍ରେମିକା

କାହାକୁ ଭଲ ପାଉ ତ 

କାହାକୁ ଦେଉ ଧୋକା..।।୬।।


ତୁ ପ୍ରେମିକା

କାହାର ଉଡ଼ାଉ ବିଜୟ ପତାକା ତ

କାହାଠୁ ଛଡାଇ ନେଉ ଜୀବିକା ।...।।୭।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance