ଛୁଙ୍କ
ଛୁଙ୍କ
ଅବାଗିଆ କହୁଛନ୍ତି ବାଗିଆ ଗୋସାଇଁ-
ଭାଇ! ପରିବାର ହାଲଚାଲ ସବୁ କ'ଣ ?
ଆଜିକାଲି ବଢୁଛି ଯେମନ୍ତ ଭାଉ
ଭୋଅଟ ପୁରୁଣା ତୁମ୍ଭେ
ଛାଡ ସବୁ ମରହଟି ଗୁଣ,
ଛୁଙ୍କ ମୋର ମସଲା ଗରମ
ଯଦି ପାର ପାଗ କଷିନିଅ ।
ବାଗିଆ ନନା କହନ୍ତି ଶୁଣ ଅବାଗିଆ,
ଯେତେ ବେଶୀ ପଢ ପାଠ
ବଦଳେନି କ ଖ ଅ ଆ
ବଦଳେନି ମାଟି ପାଣି ପବନ ଆକାଶ
ବଦଳେନି ମାତୃଭାଷା
ନିଜ ବାପ ମାଆ ।
ଯାହାକୁ ପୁରୁଣା ଭାବ
ସରିଗଲେ ବାହାଘର ବେଦୀ ମୁହଁ ପୋଡ଼,
ଜୀବନର ମୂଳାଧାର
ପୁରୁଣା ପୁରାଣ ଜ୍ଞାନ
ଜୀବନର ମୂଳମନ୍ତ୍ର ପ୍ରଣବ ଓଁକାର,
ଚଳୁଅଛି ଚଳୁଥିବା ଯାଏଁ
ଏହି ନିଃଶ୍ୱାସ ପ୍ରଶ୍ୱାସ,
ଜପୁଅଛୁ ଜପୁଥିବୁ ନିତ୍ୟ,
ଜପିଲେ ବି ଭଲ ଏ ଜଗତ
ପାରୁଛ ତ ଜପ ମଧ୍ୟ ତୁମ୍ଭେ
ହରେକୃଷ୍ଣ ନାମ
ରାମ ରାମ ।
