STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

କ୍ୟାଲେଣ୍ଡର 

କ୍ୟାଲେଣ୍ଡର 

1 min
2


ଋତୁ ଖରା ବର୍ଷା ଶୀତରେ
ସକାଳେ ସକଳେ ପରଳେ
ଗଛରେ ଫଳ ଫୁଲ ନଈ ଜଳ
କଢି ଫୁଟି ଝରୁଥିବେ ତଳେ 
ଗାଈ ସବୁ ହମ୍ବା ରଡି ଦେଇ 
ଫେରିବେ ଛାଇଲେଉଥିଲା ବେଳେ 
ମାଙ୍କଡ଼ ର ନାଲି ମୁଁହଁ 
ଦେଖାଯିବ ସତେ ବରଫଳ ଫାଳେ 
ତେବେ କଣ ସବୁ ପୁରୁଣା ହେବ 
ନୂତନ ସକାଳେ ଦେଖିବେ ସକଳେ 
ଆୟୁଷ ବଢିଯାଇଥିବ ଗୋଟେ ବର୍ଷ 
ହେଲେ ଗେଲେ କୁତୁହଳେ 
ସ୍ମୃତି ହୋଇସାରିଥିବ ଘଟଣା 
ସମୟ ପ୍ରବାହ ଦୋଳି ଖେଳେ 
ପାଉଁଶ ତଳେ ନିଆଁ କୁହୁଳେ 
ସେଦିନ ଆଜି ଅତୀତ କାଲି ଭବିଷ୍ୟତ 
ଗତ କାଲି ର ପୁରୁଣା ଚପଲ ହଳେ 
ଆଜି ନୂଆବର୍ଷରେ କିଣାଯିବ 
ଯେମିତି କ୍ୟାଲେଣ୍ଡର ବଦଳେ 
ତିଥି ଥିବ ବାର ଓ ତାରିଖ ବଦଳିବ 
ପାଞ୍ଜି ପୃଷ୍ଠା ସକଳେ ଆକୁଳେ 
ଭାବୁଥିବେ ଚନ୍ଦ୍ରରେ ଘର କରିବି 
କ୍ୟାଲେଣ୍ଡର ଓ ପାଞ୍ଜି ମେଳକ ମିଳେ
ଶୁଭ କାମ ଶୁଭାରମ୍ଭ ତତ୍କାଳେ ଉତ୍କଳେ


Rate this content
Log in

Similar oriya poem from Abstract