ନୂଆବର୍ଷର ଶପଥ ହେଉ ଶୁଭମୟ
ନୂଆବର୍ଷର ଶପଥ ହେଉ ଶୁଭମୟ
1 min
1
ଆସ ଆସ ଗଛଟିଏ ଲଗାଇବା
ନୂଆ ବରଷରେ
ଆସ ଆସ ରାସ୍ତା ଘାଟ ସଫା ରଖିବା
ନୂଆ ବରଷରେ
ଛାଡ଼ି କଳି ମେଳି ମିଶି ପକେଇ ହୁଳହୁଳି
ନୂଆବର୍ଷ କୁ ସ୍ୱାଗତ କରିବା
ପୁଣି ଆସିବ ଖରା କରିବାକୁ ତୋରା
ସ୍ୱଚ୍ଛତା ଭରିଦେବା
ପୁଣି ଆସିବ ବର୍ଷା ହସିବ ପ୍ରତିଟି ଉଷା
ନୂଆ ଆଶା ନୂଆ ଭାବନାରେ
ପୁଣି ଆସିବ ଶୀତ ଆସ ମିତ ଗାଇ ଗୀତ
ନୂଆ ନୂଆ କଥା ଶିଖିଯିବା
ନୂଆ ଆଶା ଆଣି ଓ ପାଣି ଛାଣି ପଇସା ଗଣି
ସଞ୍ଚୟ ଶିଖିନେବା
ଦୁର୍ଦ୍ଦିନ ଆସିଲେ ସେବା ଶୁଶୃଷା ରେ
ତିଳେ ହେଳା ନକରିବା
ଭଲ ପିଲା ହୋଇ ସୁବାସ ବିତରିଯିବା
ନୂଆ ବରଷରେ ବରଷା ପରି
ଛମ ଛମ ନାଚି ଗାଇ ହସି ଖେଳି
ପରଉପକାର କରିବାକୁ ଶପଥ ନେବା
ଆଲୋକିତ ଏ ମନ ହୃଦୟ ରଖିବାକୁ
ଜଗାଙ୍କୁ ପ୍ରଣାମ ଜଣେଇ ଗୁରୁ ବନ୍ଦନା ଗାଇବା
