STORYMIRROR

Nirupama Bhattamishra

Others

3  

Nirupama Bhattamishra

Others

ତମ ସେ ଛୁଆଁ

ତମ ସେ ଛୁଆଁ

1 min
174

ଯେଉଁ ଦିନ ତମେ

ମତେ ଉଡାଇଦେଲ ଆକାଶରେ

ତମ ହାତ ମିଠା ଛୁଆଁ ଦେଇ

ବଢିଚାଲିଲି

 ଆକାଶର ମହାଶୂନ୍ୟତା ଆଡକୁ

ନିବିଡ଼ ହେବାର ନିରୁକ୍ତି ନିଶାରେ

ଝୁମି ଝୁମି ମନ ମୋର

ମାପୁଥିଲା ପରିସୀମା

ଅସୀମ ଆକାଶର!!!

ପକ୍ଷୀଟିଏ ମୁଁ ଦିଗହଜା

ଛୋଟ ମୋର ଛାତି

ଵିନ୍ଦୁଏ ହୃଦୟ

ଟିକି ଟିକି ସ୍ପନ୍ଦନ କେତେ

ଝୁରେ ଖାଲି ତମ ହାତର ସେ ଛୁଆଁ

ମଧୁର ସେ ସ୍ମୃତି

ବସି ଭାବୁଛି

ମୁଁ ଏବେ ନିର୍ବୋଧ ଶିଶୁଟିଏ!!!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍