କାଗଜଫୁଲ
କାଗଜଫୁଲ
1 min
234
ତୁମେ ବୋଧହୁଏ ସେଇ ଗୋଲାପି କାଗଜଫୁଲ
କୃତ୍ରିମ ଅତରର ଗନ୍ଧ ଶରୀରଟା ସାରା
ସବୁୁଦିନ ଟ୍ୟୁସନ୍ ଗଲା ବେଳେ ରାସ୍ତାକଡ଼ରେ
ହସିି ଦିିଅ ଅଲାଜୁକି ଭଳିି।
ଦେହରୁ ରଙ୍ଗ ଏପର୍ଯ୍ୟନ୍ତ ଫିିିକା ପଡିନିି ,
ତଥାପି ମଉଳି ଗଲଣି ।
ଚିନ୍ତା ଗ୍ରାସିଲେ ଝାଉଁଳିବା ତ ସ୍ଵାଭାବିକ
ସ୍ୱାଧୀନ ହୋଇଛ ଯେତେବଳେ
ଆରେ ଏ କଣ , ତୁମେ ଅସଂଜତ
ଓ , ଅପେକ୍ଷା ବୋଧେ ଇନ୍ଦ୍ରମହଲରେ ।
ଫେରିବାର ସମ୍ଭାବନା ଅଛି ତ ?
ନା, ସେଇଠାରୁ ପାନୀୟ ବ୍ୟବସ୍ଥା ଅଭିମୁଖେ...
ଘରକୁ ଫେରିବ ତ ,
ଟ୍ୟୁସନ୍ ସାରି ଆସିଲା ବେଳେ ଦେଖା ହେବା ତ ।
