STORYMIRROR

Rajesh Pattanaik

Fantasy

3  

Rajesh Pattanaik

Fantasy

ଅଜବ୍ ଦୁନିଆଁ

ଅଜବ୍ ଦୁନିଆଁ

1 min
174


ଦିନ ବିତି ଗଲା ମାସ ବିତିଗଲା

  ସରି ଗଲା ଏ ବରଷ

କରୋନା କରାଳ ଗ୍ରାସିଦେଇଗଲା

  ମନୁ ପାଠ ସାଠ ଛାଡ଼ି ଛୁଆ ଵୁଲୁଛନ୍ତି   ହୋଇଗଲେ ନିରକ୍ଷର

ସାରେ କରୁଛନ୍ତି ଘର ଘର ଯାଇ

 ସର୍ଭେ କରନ୍ତି ବାରମ୍ବାର ।

ରେଳ ଷ୍ଟେସନରେ ଡିଉଟି କରିବେ

   ଏଥର ଆମର ମାଷ୍ଟର

ଶିକ୍ଷା ବ୍ୟବସ୍ଥା ହୁଗୁଳା ହୋଇଲା

  ପାଠପଢ଼ା କୋଭିଡ୍ ଡିଉଟି ଶିକ୍ଷକ କରିବେ 

  ଏକି ହେଲା କାରବାର

ଡାକ୍ତର ଖାନା ମାଷ୍ଟର ଯିବେ

  ବିଚିତ୍ର ଏ ଇ ବେପାର ।

ପାଠ ପଢା ହେବ ସବୁଦିନ ଏବେ

  ହେବନାହିଁ ଆଉ ଛୁଟି

ରେଷ୍ଟ ହେବନି ଆଉ ରବିବାର

  ଡେଲି କରିବେ ସେ ଡିଉଟି ।

ମାଷ୍ଟର ଆମର ଶସ୍ତା ମଣିଷ

  ଲାଗେ ସେ ଭାରି ଲାଚାର

ଯିଏ ପାରୁଛି ସିଏ ଦଉଛି

  ପିଠିରେ ତାହାର ପାହାର ।



Rate this content
Log in

Similar oriya poem from Fantasy