ତୁମ ସ୍ମୃତି ରେ
ତୁମ ସ୍ମୃତି ରେ
କେତେ ଯେ ଆନ୍ତରିକତା ଥିଲା ଜୀବନ
ବଞ୍ଚିବାର ହେଲେ କାଳ ଆସିଲେ
କିଏ କାହାକୁ ରଖିପାରେ ।
ମୃତ୍ୟୁ ଚିର ନିଦ୍ରା ଅସରନ୍ତି ସୁନୀଳ
ସ୍ୱପ୍ନ ର ହୋଇଯାଏ ଅନ୍ତ
କାରଣ ମୃତ୍ୟୁ ଯେ ଜୀବନ ର ଶାଶ୍ୱତ
ଚିରନ୍ତନ ସତ୍ୟ।
ଜନ୍ମ ର ଏନ୍ତୁଡ଼ିଶାଳ ରୁ ମଶାଣି ଭୂଇଁ
କୁ ଯାତ୍ରା।
ନାହିଁ ଅଛି କିଛି ନେବା ର ପ୍ରାୟୋଜନ
ନା କିଛି ଆଶା।
ମୃତ୍ୟୁ ସେଜ ରେ ପଡି ଅନ୍ତର ଆତ୍ମା ମାଗେ
ମୃତ୍ୟୁ ର ଭକ୍ଷା।
ଜୀବନ ଜଞ୍ଜାଳ ରୁ ମୁକ୍ତ ହୋଇ ,ଗତି କରେ
ସେ ଏକ ଆଲୋକିତ ପଥ କୁ।
ସବୁ ମୋହ ,ମାୟା କଣ ପାଇ ଲା କଣ
ହରାଇଲା ର ହିସାବ ପରେ ।
ଯାତ୍ରୀ ସିଏ ,ଏବେ ମୃତ୍ୟୁ ପଥର ନା
କିଛି ପାଇବା ର ଆଶା ନା ହରାଇ ବାର।
ଖାଲି ମୋକ୍ଷ ର ପ୍ରତୀକ୍ଷା,ନିର୍ବି ଶେଷ
ରେ ନିର୍ବିକାର ହେବ କୁ ମୃତ୍ୟୁ ର ବାହୁ ବନ୍ଧନ ରେ।
ମଶାଣି ର ପବିତ୍ର ଜୁଇ ର ଅଗ୍ନି ର ଦିବ୍ୟ
ଆଲୋକିତ ଧାରା ରେ।
ଓଁ ଶାନ୍ତି
