ଅନ୍ ଲାଇନ୍
ଅନ୍ ଲାଇନ୍
ଅନ୍ ଲାଇନ୍ ସବୁ ହେଲା ଏଥରକ
ହେଲା ପାଠପଢ଼ା ସଵୁ
ଖାଇବା ଆସିଲା କପଡା ଆସିଲା
ଦୁନିଆଁ ଟା ହେଲା କାବୁ ।
ଅନ୍ ଲାଇନ୍ ଯଦି ସବୁ ହୋଇପାରେ
କିଛି ରହେ କିଆଁ ଛଡା
ଇଲେକ୍ସନ ଛାଡି ସବୁ ହେଇପାରେ
ଲାଗୁଅଛି ଭାରି କଡ଼ା ।
ପାଠ ପଢ଼ାହେଲା ପରୀକ୍ଷା ବି ହେଲା
ସବୁତ ଅନ୍ ଲାଇନ୍
ରାଜନୀତି ଏଠି ବଡ଼ କାଠିକର
ଅକବ ତ ଏ ଆଇନ୍ ।
ଲାଜ ଲାଗୁ ନାହିଁ ରାଲି କରୁଛନ୍ତି
ଭାଷଣ ମାରନ୍ତି କେତେ
ଅନ୍ ଲାଇନ୍ ଯଦି ରାଲି ବି କରନ୍ତେ
କଣ ହୁଅନ୍ତା ସତେ ।
ସଟ୍ ଡାଉନ୍ କଲ କର୍ଫ୍ଯୁ ଵି କଲ
କଅଣ ବା ହେବ ତେବେ
ଇଲେକ୍ସନ କଲେ କରୋନା ହେବନି
ବୁଝିବ ତୁମେ ବା କେବେ ।
ଇଲେକ୍ସନ ଯଦି ଅନ୍ ଲାଇନ୍ ହେବ
କ ଅଣ ଵିଗିଡି ଯିବ
ପଇସା ପତର ଅନ୍ ଲାଇନ୍ ଦିଅ
ଭୋଟର ଉଦ୍ଧାର ହେବ ।
ଛାଡ ରାଜନୀତି କର ରାଷ୍ଟ୍ର ନୀତି
କରୋନା କୁ ଏଠୁ ତଡ
ଜୀବନଠୁ ବଡ କେହି ନୁହେ ଏଠି
ସ୍ୟାସ୍ଥ୍ୟ ସବୁଠାରୁ ବଡ଼ ।
