ସଫଳତାର ରହସ୍ୟ
ସଫଳତାର ରହସ୍ୟ
ଆଖିର ପଲକ ପଡ଼ିବା ଆଗରୁ
ସେହି ପ୍ରତିଛବି ଦିଶେ
ଯେଉଁ ପ୍ରତିଛବି ମନର ଦେବତା
ତମ ପରି ସର୍ବେ ଦିଶେ ll
ଆଶାତୀତ ମନେ ଆଶା ଭରି ଅଛ
ଜୀବନରେ ଅନୁକମ୍ପା
ବୃକ୍ଷ ଗହନରେ ଝଟକେ ଯେପରି
ପ୍ରସ୍ଫୁଟିତ ହୁଏ ଚମ୍ପା ll
ବିଫଳ ର ଅନ୍ୟ ନାମ ସଫଳତା
ଯେବେ ତମଠାରେ ଦେଖେ
ସ୍ୱତସ୍ଫ୍ରୂତ ଭାବେ ବୋହି ଆସେ ପୁଣି
ଦୁଃଖର ବାରିଧି ସୁଖେ ll
ବିନ୍ଦୁ ବିନ୍ଦୁ ମଧ୍ୟେ ସିନ୍ଧୁର କଳ୍ପନା
ଯେବେହୁଏ ଦୃଶ୍ୟମାନ
ସେହି ବାରି ରାଶି ମନ ମଧ୍ୟେ ଆସି
କରେ ସିଏ ଅଧିଷ୍ଠାନ ll
ଏହି ଦୃଶ୍ୟମାନ ତମ ଠାରେ ଦେଖି
ମନରେ ଉଠେ ଜୁଆର
ଏ ଜୁଆର ଲଂଘି ଯିବାକୁ ତ ପୁଣି
ମନ ହୁଏ ଜକ ଜକ ll
ତମ ପ୍ରତିଛବି ଯୁଗଳ ମୂରତି
ହୃଦେ ମୋର ଅବସ୍ଥିତ
ଉଥିତ ମନ କୁ ପତିତ କରିବ
ମୁହିଁ ଜଣେ ଏହି ପୀତ ll

