ସ୍ବପ୍ନ ବହୁ ଦୂର
ସ୍ବପ୍ନ ବହୁ ଦୂର
ସ୍ବପ୍ନ ବହୁ ଦୂର ଜୀବନରେ ଆଜି
ନୀଳ ଅମ୍ବରର ବକ୍ଷରେ
ପକ୍ଷୀଟିଏ ପରି ଉଡି ଚାଲିଥାଏ
ସ୍ବପ୍ନ ସାମ୍ରାଜ୍ୟର ଲକ୍ଷରେ ।
ଜଳୁଛି ଆଜିମୁଁ ସ୍ୱପ୍ନର ଜୁଇରେ
ଜାଳୁଛି ପୁରୁଣା ସ୍ମୃତି
ସ୍ବପ୍ନ ସବୁ ଆଜି ଲୁହ ରୂପ ନେଇ
ଅକାଳେ ଯାଉଛି ଲୋଟି ।
ଗଢ଼ିଲି ଆଜି ମୁଁ ସ୍ୱପ୍ନର କୋଣାର୍କ
ପାହାନ୍ତି ଜୀବନ ବେଳାରେ
ସ୍ବପ୍ନ ଏଠି ମୋତେ ନିର୍ଦୟ ସଜେଇ
କଳଙ୍କ ଭରୁଛି ମନରେ ।
ସ୍ବପ୍ନତ ଖେଳୁଛି ଦୂରତାର ଖେଳ
ସମୟ କରିଛି ବନ୍ଦୀ
ବିରହ ଜ୍ୱାଳାରେ ଜର୍ଜରିତ ଆଜି
ହୃଦମୋ ହେଉଛି ଛନ୍ଦୀ ।
ଖୋଜୁଅଛି ମୁହିଁ ପୁରୁଣା ସ୍ବପ୍ନକୁ
ପାଇଲିନି ତାର ଅନ୍ତ
ସ୍ବପ୍ନ ଏଠି ଦୂର ମରୀଚିକା ପରି
ସର୍ବଦା ଦୂର ଦିଗନ୍ତ ।
ସ୍ବପ୍ନ ଏମିତିକା ପାହାନ୍ତି ନିଦ୍ରାଟେ
ଦେଖି ହୁଏ ନାହିଁ ଜମା
ସ୍ବପ୍ନ ବହୁ ଦୂର ଅଟଇ ବ୍ୟାପକ
ନାହିଁ ତାର ପରିସୀମା ।
