Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chitrasen behera

Classics

4  

Chitrasen behera

Classics

ନାରୀ ରୂପୀ ନାରାୟଣୀ

ନାରୀ ରୂପୀ ନାରାୟଣୀ

1 min
201


ଜନନୀ ରୂପରେ ଧରାକୁ ଆସିଲୁ

ନାରୀ ରୂପୀ ନାରାୟଣୀ

ଧର୍ମର ମଣ୍ଡିତ ସଂସାର ପୁରୀରେ

ତୁ ହିଁ ଏକା ଜଗତ କାରିଣୀ ।


ସତ୍ୟ ଧର୍ମ ନ୍ୟାୟ ତୋହରି ଗର୍ଭରୁ

ଜାତ ଏ ମାନବ ଜାତି

ଜନ୍ମଧାତ୍ରୀ ତୁହିଁ ଜଗତ ଜନନୀ

କେତେଯେ ତୋହର କୀର୍ତ୍ତି ।


ନାରୀ ଏଟେ ମାତା ଭଗିନୀ ଦୁହିତା

ଆଦ୍ୟ ଶକ୍ତି ସ୍ୱରୂପିଣୀ

ଅନନ୍ତ ବ୍ରହ୍ମାଣ୍ଡ ତୋହରି ସନ୍ତାନ

ତୁହିଁ ମା ଜଗତ ରାଣୀ ।


ଅନ୍ତର ତୁମର କେତେଯେ ପବିତ୍ର

ପାପକୁ ବିନାଶ କର

ମା ତୁମେ ନାରୀ ବରେଣ୍ୟା ବନ୍ଦିତା

ସୃଷ୍ଟିର ସମ୍ଭାର ତାର ।


ଅନ୍ତରେ ତୋହର ଅମାପ ଶକତି

ସେନେହ ଅଜସ୍ର ପୁଣି

ସୃଷ୍ଟିର ଆରମ୍ଭ ଶକ୍ତିର ଭଣ୍ଡାର

ନାରୀ ରୂପୀ ନାରାୟଣୀ ।।


Rate this content
Log in

Similar oriya poem from Classics