STORYMIRROR

Chitrasen behera

Classics

3  

Chitrasen behera

Classics

ମାଆ ପରି କିଏ ହେବ

ମାଆ ପରି କିଏ ହେବ

1 min
162

ଜନନୀ ଗର୍ଭରୁ ଜନମିଲି ଯେବେ

କୁଆଁ କୁଆଁ ଡାକ ଦେଇ

ମାଆ କୋଳେ ପୁଣି ଅମୃତ ପିଇଲି

ମାଆ ପରା ତୁମେ ସେହି ...


ଆକାଶଠୁ ବଡ ହୃଦୟ ତୁମର

ଦାରିଆଠୁ ବଡ ମନ

ତୁମରି ପରଶେ ଗଢି ତୋଳି ଅଛ

ଦେବତା ସଙ୍ଗେ ତୁମେ ସମାନ ...


ମିଥ୍ୟାଏ ଜଗତ ଅଟେ ସବୁ ସ୍ନେହ

ମାଆର ସେନେହ ତଳେ

ସଭିଏଁ ଦିନେ ଭୁଲିଯିବେ ପଛେ

ମାଆ ନଭୁଲଇ ତିଳେ ...


ସୁଝି ପାରିବିନି ମାଆର ଋଣକୁ

ଅଭାବ ମୋ ପାଖେ ପାଣ୍ଠି

ଯେତେ ବଡ ହେବି ତୁମକୁ ଖୋଜିବି

ତୁମେ ମୋ ଜୀବନ ଗଣ୍ଠି ...


ନିଜେ ଦୁଃଖେ ରହି ସୁଖ ବାଣ୍ଟୁ ତୁହିଁ

ଅସହ୍ୟ ବେଦନା ପାଇ

ହାତଧରି ତୁହି ଚାଲିବା ଶିଖାଉ

ତତେ ନଭୁଲଇ କେହି ...


ତୁମରି ସେନେହ ଅଟେ ମୋର ହୀରା

ସାଇତିଵି ବୁକୁ ତଳେ

ମାଆର ମମତା ସରଗର ସୁଖ

ତାହାରି ପଣତ ତଳେ ...|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics