Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chitrasen behera

Classics

3  

Chitrasen behera

Classics

ଓଡିଶା ମୋ ଜନ୍ମଭୂମି

ଓଡିଶା ମୋ ଜନ୍ମଭୂମି

1 min
369


କେହି ନୁହଁ ଆମ ଜନ୍ମଭୂମି ପରି

ସୁନ୍ଦର ଆମରି ଭାଷା

ସବୁରି ଜାଗାରେ ପ୍ରୟୋଗ କରିବା

ଆମ ନିଜ ମାତୃଭାଷା ।


ଏଇ ଓଡିଶା ରେ ଜନମ ମୋହର

ଜନ୍ମଭୂମି ମୋର ମାଆ

ସବୁଜ ସୁନ୍ଦର ପରିବେଶ ତାର

କେତେ ସୁନ୍ଦର ମୋ ଗାଁ ।


ଜନ୍ମଭୂମି ଆମ ଅଟଇ ମହାନ

ରଖିବା ତାହାର ମାନ

ତାହାର ମହତ୍ୱ ବୃଦ୍ଧି କରିବାକୁ

ବଢାଇବା ନିଜ ଜ୍ଞାନ ।


ଏଇ ମୋ ମାଟିରେ ବିରାଜିତ ପ୍ରଭୁ

ଜଗନ୍ନାଥ ଚକାଡୋଳା

ବିପଦେ ଆପଦେ ସେହି ଏକା ଆମ

ହୋଇଥାନ୍ତି ପରା ଲୋଡା ।


କେତେ କେତେ ବୀର ଲୋଟି ଯାଇଛନ୍ତି

ଏଇ ଜନ୍ମଭୂମି ତଳେ

ସେମାନଙ୍କ ସ୍ମୃତି ମନେପଡେ ଆଜି

କେଉଁ ଦିନୁ କେଉଁ କାଳେ ।


ସବୁରି ମନରେ ହରଷ ଦେବାକୁ

ସଭିଙ୍କୁ ଦେବା ସାହସ

ଓଡିଶା ମାଟିର ଗୌରବ ରଖିବା

ମନରେ ଧରି ବିଶ୍ୱାସ ।


ଝର ଝର ହୋଇ ବହିଯାଏ ନଦୀ

ଏଇ ଜନ୍ମଭୂମି ତୀରେ

ସଭିଙ୍କର ପଥ ବିଲୀନ ହୁଅଇ

ନୀଳ ଦରିଆରେ ।



Rate this content
Log in

Similar oriya poem from Classics