STORYMIRROR

Chitrasen behera

Others

4  

Chitrasen behera

Others

ବୀର ସନ୍ତାନ

ବୀର ସନ୍ତାନ

1 min
237

ଭାରତ ମାତାର ବୀର ସନ୍ତାନ

ତୁମରି ସଂଘର୍ଷେ ଦେଶ ସ୍ୱାଧୀନ

ତୁମରି ରଚିତ ମହାନ ଗାଥା

ତ୍ରିରଙ୍ଗାର ଟେକ ରଖିଲ ମାନ 


ସ୍ୱାଧୀନ ମୋ ଦେଶ ଭାରତ ମାତା

ଅମ୍ବରେ ଉଡାଏ ମୈତ୍ରୀର ଧ୍ୱଜା

ଜାତି ଧର୍ମ ବର୍ଣ୍ଣ ଏକ ସ୍ରୋତରେ

ସଭିଏଁ ସମାନ ଏକତା ସଦା 


ଶପଥ କର ହେ ଭାରତ ବାସୀ

ସ୍ୱର୍ଣ୍ଣିମ ଅକ୍ଷରେ ଇତିହାସ ଆଜି

ଜାଗିଉଠ ସଭିଏଁ ହୁଅ ଜାଗ୍ରତ

ଭାରତ ମାତାର ରଖିବା ଯଶ 


ଅନେକ ମହାନ ଆମରି ଦେଶ

ଭାରତ ନାମରେ ଜାଣେ ଜଗତ

ସମୃଦ୍ଧ ସଂସ୍କୃତି ସୁଶୀଳ ଭାଷା

ନିଆରା ସମ୍ଭିଧାନ ଲେଖେ ଚିରଗାଥା 


ଶାନ୍ତିର ପ୍ରତୀକ ବାପୁ ନେହୁରୁ

ତାଙ୍କରି ସଙ୍ଘର୍ଷେ ଆମେ ସ୍ୱାଧୀନତା

ସତ୍ୟର ପ୍ରତୀକ ସାଜି ହୋଇ ସଦା

ସାର୍ବଭୌମ ତାର ରଖି ମହାନତା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍