STORYMIRROR

Chitrasen behera

Abstract Others

3  

Chitrasen behera

Abstract Others

ଜୀବନର ବାଟ

ଜୀବନର ବାଟ

1 min
187

ଜୀବନର ବାଟେ ଚାଲୁଅଛି ନୀତି

ସମୟକୁ କରି ସାକ୍ଷୀ

ଜୀବନର ପଥ ଭାରି ଅଙ୍କା ବଙ୍କା

ପାଦକୁ ପାରୁନି ରୋକି...


ଜୀବନର ବାଟ ସିଡ଼ି ପରେ ସିଡ଼ି

ଯାଉଅଛି ଆଜି ଚଢି

ଜୀବନର ପଥ କଣ୍ଟକମୟ

କେମିତି ଯିବି ମୁଁ ବଢ଼ି ...


ପରସ୍ତ ପରସ୍ତ ଜୀବନ ଆୟୁଷ

ଆଜି ଅଛି କାଲି ନାହିଁ

ଜୀବନର ଲକ୍ଷ୍ୟ ଗନ୍ତବ୍ୟ ସ୍ଥଳରେ

ବାଟ ମୁଁ ଯେ ପାଉନାହିଁ ...


କାହିଁକି କେଜାଣି ଏବେ

ଜୀବନ ବାଟରେ

ଲେଉଟାଣି ଫେରିଗଲି

ପ୍ରତିମୁହୂର୍ତ୍ତ ରେ ...


ଜୀବନଟା ଗୋଟେ ସୁକ୍ଷ୍ମ ସଳିତା

ଶିଖାପରି ଜଳିଯିବ

ଜୀବନ ବିହୁନେ ଆବେଗର ପଥ

ଦିଗହରା ହୋଇଯିବ ... |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract