STORYMIRROR

Chitrasen behera

Others

4  

Chitrasen behera

Others

ନନ୍ଦିଘୋଷ

ନନ୍ଦିଘୋଷ

1 min
587

ନନ୍ଦିଘୋଷେ ତୁମେ ବିରାଜିତ ପ୍ରଭୁ

ଦାରୁର ଦେବତା ପୂଣ୍ୟ

ନବ ଯୌବନେ ଦରଶନ ଦେଲ

ଜଗତ ହୋଇଲା ଧନ୍ୟ ...


କାହିଁ କେତେ ଦିନୁ ଚାହିଁ ମୁଁ ରହିଛି

ରଥ ମୁଁ ଟାଣିବା ପାଇଁ

ପ୍ରଭୁ ନିରାକାର ବ୍ରହ୍ମାଣ୍ଡ ସୁନ୍ଦର

ଆଶା ମୋ ଭାଙ୍ଗିବ ନାହିଁ ...


ନନ୍ଦିଘୋଷେ ଆସ ଥିରି ଥିରି ହୋଇ

ବଡଦାଣ୍ଡେ ଟେକି ନେତ

ଭକତ ମନରେ ହରଷ ଦେବାକୁ

ଢାଳିଦିଅ ତୁମ ଚିତ୍ତ ...


ଭାଇ ଭଉଣୀଙ୍କୁ ସାଙ୍ଗରେ ଘେନି

ଚାଲୁଥାଅ ଥିରି ଥିରି

ସଭିଏଁ ତୁମକୁ ନିରେଖି ଦେଖନ୍ତି

ନୟନରେ ଭରି ଭରି ...


ପତିତପାବନ ବାନା ଉଡାଉଛ

ଉଡୁଥାଏ ଫର ଫର

ବଡଦାଣ୍ଡେ ଆଜି ତୁମ ନନ୍ଦିଘୋଷ

ଦିଶେ କେଡେ ମନୋହର ...


ନଅ ଦିନ ରହି ଗୁଣ୍ଡିଚା ମନ୍ଦିରେ

ଶ୍ରୀମନ୍ଦିର ମନେ ପଡେ

ସଅଳ ଫେରଇ ତର ତର ହୋଇ

ବାହୁଡଇ ଅବେଳରେ ... |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍