STORYMIRROR

Chitrasen behera

Others

3  

Chitrasen behera

Others

ଟିକି ଚଢେଇ

ଟିକି ଚଢେଇ

1 min
182

ଟିକି ଚଢେଇ ମୁଁ ବିହଙ୍ଗ ପକ୍ଷୀ

ଘୋଷିତ ମୋ ଦେହେ ସୁନେଲି ପକ୍ଷୀ

କାଠି କୁଟା ନେଇ କରଇ ବସା

ବାଆ ବତାସକୁ ସେହି ଭରଷା ...


ଟିକ ଚଢେଇ ମୁଁ ଟିକି ମୋ ଡେଣା

ଗଗନେ ଉଡ଼ଇ ନହୋଇ ବଣା

ସୁନ୍ଦର ଏଠି ମୋ ପ୍ରକୃତି ମିତ

ବୃକ୍ଷ ଡାଳେ ବସି ଗାଏ ମୁଁ ଗୀତ ...


ଆନନ୍ଦେ ବୁଲେ ମୁଁ ସାଙ୍ଗଙ୍କ ମେଳେ

ମିଠା କୋଳି ଖାଇ ସାଙ୍ଗରେ ଖେଳେ

ସବୁଜ ସୁନ୍ଦର ମୋ ଜଙ୍ଗଲ ଲତା 

ପରିବେଶ ସର୍ବଦା ଶାନ୍ତି ସ୍ଥିରତା ...


ଗୋଧୂଳି ସୁରୁଜ ରକ୍ତିମ ଖରା

ଆମରି ଶବଦ ରାବ ନିଆରା

ଭଲବାଟ ମୁଁ ନୀତି ଦେଖାଏ

କାହାରି ମନରେ କଷ୍ଟ ନଦିଏ ... |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍