Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Fantasy

3  

Pratima Satpathy

Fantasy

ନେତାଜୀ ସୁଭାଷ ଚନ୍ଦ୍ର ବୋଷ.

ନେତାଜୀ ସୁଭାଷ ଚନ୍ଦ୍ର ବୋଷ.

1 min
132



ପ୍ରିୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ.

ଅଠରଶ ସତାନବେ ମସିହାର

    ଜାନୁଆରୀ ତେଇଶିରେ

ଜନ୍ମ ହୋଇଥିଲ ହେ ବିପ୍ଲବୀ ବୀର

    ଓଡ଼ିଶାର କଟକରେ ।


ଜାନକୀ ନାଥ ଓ ପ୍ରଭାବତୀ ଦେବୀ

    ବଢାଇଲେ ଅୟସରେ

ଅନ୍ୟାୟ ନ ସହି ଛାତ୍ର ନେତା ହୋଇ

   ଲାଗିଲ ଜନ ସେବାରେ ।


ହଇଜା,ବସନ୍ତ ରୋଗୀଙ୍କ ସେବାରେ

    ନିଜକୁ ମଣିଲ ଧନ୍ୟ

ଭାରତ ମାତାର ଶୃଙ୍ଖଳଦେଖିଣ 

   କାନ୍ଦୁଥିଲା ତୁମ ପ୍ରାଣ ।


ଅନ୍ୟାୟର ପ୍ରତିବାଦ କରିବାରୁ

   କଲେଜୁ କଲେ ବାହାର

ନିରାଶ ନ ହୋଇ ବାପାଙ୍କ ଇଚ୍ଛାରେ

   ବିଦେଶ ଯାଇଁ ପଢ଼ିଲ ।


ଆଇ,ଏସ୍, ସି ଚାକିରୀକୁ ଛାଡିଲ

   ଦେଶ, ଜାତି, ପ୍ରୀତି ଲାଗି

ମୁକ୍ତି ସଂଗ୍ରାମର ଆନ୍ଦୋଳନ ପାଇଁ 

   ବିବେକ ଉଠିଲା ଜାଗି ।


ରକ୍ତଦିଅ ମୋତେ ସ୍ୱାଧୀନତା ଦେବି

    ଏପରି ସ୍ଲୋଗାନ ଶୁଣି 

ବିଦେଶୀ ମାନେ ଯେ ହୋଇଲେଛାନିଆଁ

    ବୁଦ୍ଧି ତାଙ୍କୁ ଦିଶିଲାନି।


ଆଜାଦ୍ ହିନ୍ଦ୍ ଫଉଜ ଯେ ଗଠନ

   ଏକଲା ଚଲୋ ଆହ୍ଵାନ

ସୁପ୍ତ ସିଂହ ଯେ ଜାଗ୍ରତ ହେଲା

  ରକ୍ତରେ ଭରି କମ୍ପନ ।


ଗୋଲାମୀ ଦୁରେଇ ଦେଶକୁ ସ୍ବାଧୀନ

   କରିବାକୁ କଲ ପଣ 

ଅସୀମ ସାହାସ, ଅଫୁରନ୍ତ ତେଜ

   ହିମାଳୟ ଧୈର୍ଯ୍ୟ ତୁମ ।


ତ୍ୟାଗ, ଆଦର୍ଶରେ ବନ୍ଧା ଥିଲ ତୁମେ

    ଦେଶର ଯୋଗ୍ୟ ସନ୍ତାନ 

ଦେଶଦ୍ରୋହ, କ୍ରାନ୍ତିକାରୀ, ଯେ କହିଲେ

     ରାଗରେ ବିଦେଶୀ ଗଣ।


ଜାପାନ, ଜର୍ମାନ, ହିଟଲର୍ ଙ୍କୁ ଯେ

   ସାହାଯ୍ୟ ଭିକ୍ଷା କରିଲ

ଦୁଃସାହସ କରି ବର୍ମାରେ ତ୍ରିରଙ୍ଗା

   ପତାକା ଉଡାଇ ଥିଲ ।


ଅଗ୍ନି ବର୍ଷଣର ଭାଷଣରେ ତାତି

  ଉଠିଲେ ଜନତା ଗଣ 

ପ୍ରକମ୍ପିତ ହେଲା ଗଗନ ପବନ

    ଦେଶ ହୋଇଲା ସ୍ୱାଧୀନ।


ଦେଶ ପାଇଁ ଦେଲ ଜୀବନକୁ ବଳି

   ରହିଲ ଅମର ହୋଇ

 ହେ ପ୍ରିୟ ନେତାଜୀ ଫେରିଆସ ତୁମେ

   କାନ୍ଦୁଛି ଭାରତ ଭୁଇଁ ।


Rate this content
Log in

Similar oriya poem from Fantasy