ସନ୍ତରଣ
ସନ୍ତରଣ
କୁନି କୁନି ପିଲେ ସନ୍ତରଣ କରନ୍ତି
ଗାଁର ଛୋଟିଆ ଗାଡିଆରେ
ବାଘ ଯେପରି ଡେଇଁ ଶିକାର କରଇ
ଡେ଼ଇଁଥାନ୍ତି କି ମଉଜରେ l
ଦୀପକ ଡାକି କାଲିଆକୁ କହୁଅଛି
ଦେଖ ମୁଁ କେମିତି ଡେଉଁଛି
ମୋ ପରିକା ତୁ ଦେଇଁ ପାରିବୁ ବୋଲି
ବାଜି ମାରି ସେ କହୁଛି l
ହଠାତ ଗ୍ରାମର ମୁଖିଆ ଲୁଚି ଲୁଚି
ତୁଠରେ ପହଞ୍ଚି ଗଲେ
ବାଡ଼ିଟିଏ ହାତେ ଧରି ପିଲାମାନଙ୍କୁ
ପାଟିକରି ଗୋଡ଼ାଇଲେ l
ବୋପାଲୋ..ମାଆ ଲୋ... ମରିଗଲି . ଲୋ କହି
କେଉଆଡେ ଦଉଡ଼ିଲେ
ଗ୍ରାମର ମୁଖିଆ ଧାଇଁ ଧାଇଁ ଯାଇ
ମୁନା ହାତକୁ ଧରି ନେଲେ, l
ମୁନାର ପିଠିକୁ ଦୁଇ ପ୍ରହାର ଦେଇ
ଗୁଞ୍ଜି ଶହେ କଦଇଲେ
ରୁହରେ ରୁହରେ ସମସ୍ତେ ଫିଟିଗଲ
ଯେତେକ ଚଗଲା ପିଲେ l
ମୁନା କହୁଅଛି ଗ୍ରାମର ମୁଖିଆଙ୍କୁ
ଆଉ ମୁଁ ଦେଇଁ ବି ନାହିଁ
ଯେବେ ଦେଇଁବାର ତୁମେ , ମୋତେ ଦେଖିବ
ଖମ୍ବରେ ବାନ୍ଧି ଦେବ ନେଇ l