Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswa Bharati Dash

Others

3  

Biswa Bharati Dash

Others

ଶାଶ୍ଵତ ପ୍ରେମ

ଶାଶ୍ଵତ ପ୍ରେମ

1 min
7.2K


ପ୍ରେମ ଏକ ସ୍ମୃତି

ନିତି ନିତି ହସୁଥାଏ ,

ମନେ ଭରି ପ୍ରୀତି ।୧।

ପ୍ରେମ ଏକ ନୀତି

ବଦଳାଇ ଦେଇପାରେ ,

ସବୁ ପରିସ୍ଥିତି ।୨।

ପ୍ରେମ ଏକ ମାୟା

ଅନାଦର ହୋଇଥାଏ,

ମନୁଷ୍ୟର କାୟା ।୩।

ପ୍ରେମ ଏକ ଭାବ

ମନ ମନ ମିଶିଗଲେ ,

ନ ରହେ ଅଭାବ ।୪।

ପ୍ରେମ ଏକ ଘର ...

ହୃଦୟରେ ଗଢ଼ି ଗଲେ ,

ହୁଏ ତା' ମନ୍ଦିର ।୫।

ପ୍ରେମ ଏକ ଝର ...

ଶୁଭୁଥାଏ ଖାଲି ସେଠି ,

ବଇଁଶୀର ସ୍ବର ।୬।

ପ୍ରେମ ଏକ ଭାଷା ...

ମିଠା କଥା ଗନ୍ତାଘର ,

ନଥାଏ ନିରାଶା ।୭।

ପ୍ରେମ ଏକ ଧନ ...

ସେଇ ଧନ ପାଇବାକୁ ,

ଲୋଡ଼ା ଖାଲି ମନ ।୮।

ପ୍ରେମ ଏକ ଶକ୍ତି ...

ଅନ୍ତରରେ ଭିଜି ଗଲେ ,

ମନ ଲଭେ ଶାନ୍ତି ।୯।

ପ୍ରେମ ଏକ ଭକ୍ତି

ରାଧାକୃଷ୍ଣ ପରି ହେଲେ ,

ସବୁ ହୁଏ ପ୍ରାପ୍ତି ।୧୦।

ପ୍ରେମ ଏକ ସୂର୍ଯ୍ୟ

ଯହିଁରେ ନଥାଏ କେବେ ,

ବାସନାର ବୀର୍ଯ୍ୟ ।୧୧।

ପ୍ରେମ ଏକ ସତ୍ୟ

ଶ୍ୟାମ ଆଉ ମୀରା ପରି ,

ଅମର ଶାଶ୍ଵତ ।୧୨।

ସେଇ ପ୍ରେମ ପାଇବାକୁ ,

ଧର୍ମ ପଥେ ଚାଲୁ ଥିବୁ ,

ବଞ୍ଚିବୁ ତୁ ଯେତେ ଦିନ ,

କୃଷ୍ଣ ପ୍ରେମେ ମଗ୍ନ ହେବୁ ।୧୩।

ଜୀବନର ଜଞ୍ଜାଳରୁ ,

ହାରିବୁନି କେବେ ତୁହି ,

ଶ୍ୟାମ ଘନ ସଙ୍ଗେ ଥିଲେ ,

ବୋଝ ତୋର ନେବେ ବୋହି ।୧୪।

ଏଇ ତ ଶାଶ୍ଵତ ପ୍ରେମ ,

ପୂର୍ଣ୍ଣ ହୁଏ ମନସ୍କାମ ,

କୃଷ୍ଣ ନାମ ବଦଳରେ ,

ନେଲେ ତା ପ୍ରେମିକା ନାମ ।୧୫।

ବିଶ୍ବ ଭାରତୀ ଦାଶ


Rate this content
Log in