Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswa Bharati Dash

Others

2  

Biswa Bharati Dash

Others

ଆନମନା

ଆନମନା

1 min
6.6K


ହଁ......

ହଠାତ୍ ଆକାଶଟା

ନଇଁ ପଡ଼ିଲା ମୋ ଛାତି ଉପରେ....

ଆପାଦ୍ ମସ୍ତକ

ହାଲ୍ କା ହାଲ୍ କା ବାଦଲ୍ ର ଛାପ...

ମୋ ହାତ ଆଞୁଳିରେ

କିଛି ଅନୁଭବର ଲେପ....

ଯେମିତିକି ମୁଁ ଓ ସେ ଏକାକାର

ହଁ .....

ଅନେକ୍ କିଛି ଦିଆନିଆ ଭିତରେ

ଅନେକ୍ କିଛି ରହିଗଲା ବାକି

ଧୀରେ ଧୀରେ ଦୁରେଇ ଗଲା

ଦୁଇଟି ହୃଦୟ

ଫୁଟୁଥାଏ ଆକାଶ୍ ର ଛାତି

ଟିକି ଟିକି ପ୍ରେମ ଫୁଲେ

ସାରା ରାତି ଜହ୍ନ ଆଉ ତାରା

ଲାଗୁଥିଲା ....

ସବୁ ପ୍ରେମ ବୋଧହୁଏ

ସେ ଶୋଷି ନେଇଛି

ସେଥିପାଇଁ ବେଶ୍ ଖୁସି ଅଛି...

ହେଲେ ମୁଁ , କାହିଁକି

ଘୁରି ବୁଲୁଛି ଏକ ଅପ୍ରାପ୍ତିରେ

ଅତୃପ୍ତ ଅଗ୍ନି ପିଣ୍ଡଟିଏ ପରି !

ଧେତ୍ .....

ଏ ପ୍ରେମଟା ବୋଧେ ସେପରି

ଠିକ୍ ସମୁଦ୍ରର ଢେଉ ପରି...

ନା ରୋକି ହୁଏ , ନା ବକି ହୁଏ

ନା ବୁଝି ହୁଏ , ନା ବୁଝାଇ ହୁଏ

ନା ନେଇ ହୁଏ , ନା ଦେଇ ହୁଏ

ଠିକ୍ ତା'ପରି ଓ ମୋ'ପରି ....


Rate this content
Log in