ଶ୍ରାବଣର ବାସ୍ନା
ଶ୍ରାବଣର ବାସ୍ନା
ଆଷାଢ଼ ଶେଷରେ ଶ୍ରାବଣ ଆସେରେ
ଝରି ଯାଏ ମେଘ ବୁନ୍ଦା ଛିଟା
ଭିଜା ମାଟିରସେ ଅମୃତ ବାସ୍ନା
ସୁଘିଂ ଦେଲେ ଲାଗେ ମିଠା ।
ଶ୍ରାବଣ ଆସିଲେ ବରଷା ବର୍ଷିଲେ
ମୟୂର ଜଙ୍ଗଲେ ନାଚେ
ଧରଣୀ ମା ମୋ ସବୁଜ ଶାଢ଼ୀରେ
ଖିଲି ଖିଲି ହୋଇ ହସେ।
ଶ୍ରାବଣ ଦିନର ବରଷାକୁ ଦେଖି
ଏମନ ଯାଏ ନାଚି
ଓଦା ହେବାକୁତ ଡର ଲାଗେ ଏତେ
ହେଇଯିବ କାଳେ କିଛି।
କିନ୍ତୁ ଓଦା ହେଲାପରେ ଲାଗେନାହିଁ ଆଉ ଡର
ଭଲଲାଗେ ବେଶି ଏହି କରାମତି ଶ୍ରାବଣର ବରଷାର।
ଶ୍ରାବଣ ଦିନର ସେହି ମେଘୁଆ ଆକାଶେ
ତାରାଙ୍କୁ ଲୁଚାଇ ଜହ୍ନ ପଦାକୁ ନଆସେ।
ଯେବେ ଯେବେ ଶ୍ରାବଣ ସେ ସରି ସରି ଆସେ
ପୁଣି ଥରେ ତା ବାଟକୁ ଏ ଧରା ଚାହିଁବସେ ।