STORYMIRROR

Sambit Biswal

Fantasy Others

3  

Sambit Biswal

Fantasy Others

ଶ୍ରାବଣର ବାସ୍ନା

ଶ୍ରାବଣର ବାସ୍ନା

1 min
192

ଆଷାଢ଼ ଶେଷରେ ଶ୍ରାବଣ ଆସେରେ

ଝରି ଯାଏ ମେଘ ବୁନ୍ଦା ଛିଟା


ଭିଜା ମାଟିରସେ ଅମୃତ ବାସ୍ନା

ସୁଘିଂ ଦେଲେ ଲାଗେ ମିଠା ।


ଶ୍ରାବଣ ଆସିଲେ ବରଷା ବର୍ଷିଲେ

ମୟୂର ଜଙ୍ଗଲେ ନାଚେ

ଧରଣୀ ମା ମୋ ସବୁଜ ଶାଢ଼ୀରେ 

ଖିଲି ଖିଲି ହୋଇ ହସେ।


ଶ୍ରାବଣ ଦିନର ବରଷାକୁ ଦେଖି 

ଏମନ ଯାଏ ନାଚି

ଓଦା ହେବାକୁତ ଡର ଲାଗେ ଏତେ

ହେଇଯିବ କାଳେ କିଛି।


କିନ୍ତୁ ଓଦା ହେଲାପରେ ଲାଗେନାହିଁ ଆଉ ଡର

ଭଲଲାଗେ ବେଶି ଏହି କରାମତି ଶ୍ରାବଣର ବରଷାର।


ଶ୍ରାବଣ ଦିନର ସେହି ମେଘୁଆ ଆକାଶେ

ତାରାଙ୍କୁ ଲୁଚାଇ ଜହ୍ନ ପଦାକୁ ନଆସେ।


ଯେବେ ଯେବେ ଶ୍ରାବଣ ସେ ସରି ସରି ଆସେ 

ପୁଣି ଥରେ ତା ବାଟକୁ ଏ ଧରା ଚାହିଁବସେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy