ଅଭୁଲା ଅତୀତ଼଼
ଅଭୁଲା ଅତୀତ଼଼
ଆଜି ମନେ ପଡେ ସେ ହଜିଗଲା ଦିନ
ଥିଲା ସତେ ମୋ ପାଇଁ ସେ ସରଗର ଜହ୍ନ l
ଲାଗେ ଯେ ସେ ଅଲିଭା ଛବିଟି ଜଳିଯାଇଛି ବହ୍ନିରେ,
ତଥାପି ଏ ମନ ଆଜି ବାରମ୍ବାର ପଚାରେ l
ଗାଁ ନଈ କୂଳର ସେ ଛୋଟ ଆମ୍ବ ତୋଟା
ଭାବି ଦେଲେ ମନେ ଆସେ ଜୁଆର ଆଉ ଭଟ୍ଟା l
ବୁଲୁ ଥିଲି କେତେ ମୁଁ ଯେ ମୋ ଗାଁ ଦାଣ୍ଡରେ
ଖେଳୁ ଥିଲି କେତେ ଖେଳ ମୁଁ ଵାଲି ମାଟିରେ l
ସାଙ୍ଗ ସାଥେ ହସିଖେଳି କଟି ଯାଉଥିଲା ଦିନ
ଲାଗୁଥାଏ ଯେହ୍ନେ ଉଡିଗଲା ଚଢ଼େଇ ସମାନ l
ବଡ଼ ହେଲାପରେ ସେ କଥା ମନେ ଉଙ୍କିମାରେ ଭାରି
କେବେ ହେଲେ ଅତୀତଟି ହୁଏନା ପାସୋରି।