STORYMIRROR

Sambit Biswal

Others

3  

Sambit Biswal

Others

ଦୁନିଆ

ଦୁନିଆ

1 min
186

ଦୁନିଆରେ ରାବଣ ମିଳିଯିବେ ବିଭୀଷଣ ନୁହେଁ

 ଏଠି କୃଷ୍ଣ ମିଳିଯିବେ ସୁଦାମା ନୁହେଁ।

 

ସଂସାରରେ ଦୟା ମିଳିବ ଶ୍ରଦ୍ଧା ନୁହେଁ

ଉପରେ ଉପରେ ସବୁ ପାଇବା ଭିତରେ କିଛି ନୁହେଁ।


ଭକ୍ତି ଅଛି କିନ୍ତୁ ହୃଦୟ ଭକ୍ତି ଲିଭି ଯାଇଛି 

ଭରସା ମିଳୁଛି ବିଶ୍ଵାସ ହଜିବାକୁ ଯାଉଛି।


ଏଠି ଲକ୍ଷ୍ୟ ପାଇଁ ସଂଘର୍ଷରେ ଊଣା କଲେ

ଆଶl ଆଶାରେ ରହିଯାଉଛି 

ଭିଡ଼ ଭିତରେ ଆଗକୁ ଯିବାକୁ ହେଲେ 

ସଂଘର୍ଷ କରିବାକୁ ପଡୁଛି।


ସବୁ ଓଲଟା ଚାଲିଛି  

ଓଲଟା ସମସ୍ତଙ୍କୁ ସିଧା ଲାଗୁଛି।


ଦୁନିଆ ଦେଖିବାକୁ ବଡ଼ ରହିଛି ଅନେକ ରହସ୍ୟ

ଏହାକୁ ବୁଝିବାକୁ ନାହିଁ କା ପାଖେ ସାହସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍